ଚମ୍ପୁଆ ବ୍ଲକ ବାଲିପଶି ଗ୍ରାମରେ ଶ୍ରୀମଦ ଭାଗବତ ଜନ୍ମ ମହୋତ୍ସବ

ଚମ୍ପୁଆ ବ୍ଲକ ପଡୁଆ ପଞ୍ଚାୟତ ଅନ୍ତର୍ଗତ ବାଲିପଶି ଗ୍ରାମରେ ଶ୍ରୀମଦ ଭାଗବତ ଜନ୍ମ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l ପରିଚାଳନା ଦାୟିତ୍ୱରେ ଥିବା ଗ୍ରାମବାସୀ ବୃନ୍ଦଙ୍କ ସହିତ ଲଳିତ କୁମାର ମହାନ୍ତ, ଉଗ୍ରେସନ ମହାନ୍ତ, ମୋତିଲାଲ ବାରିକ, ଆଦିକର୍ଣ୍ଣ ମହାନ୍ତ, ଅନାଦି ଚରଣ ମହାନ୍ତ, ଦୀନେଶ କୁମାର ମହାନ୍ତ, କୀର୍ତ୍ତନ ମହାନ୍ତ ଓ ରସାନନ୍ଦ ନାଏକ ଵହନ କରିଥିଲେ l କେନ୍ଦୁଝର ଜ଼ିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ବିଶିଷ୍ଠ ସମାଜସେବୀ ଶ୍ରୀମନ୍ତ କୁମାର ତ୍ରିପାଠୀଙ୍କ ସହିତ ଚମ୍ପୁଆ ଉପ-ଜ଼ିଲ୍ଲାପାଳ ଉମାକାନ୍ତ ପରିଡା, ଚମ୍ପୁଆ ବାର ଆଶ୍ସୋସିଏସନ ସଭାପତି ତଥା ବିଜେପି ବରିଷ୍ଠ ନେତା ରମେଶ କୁମାର ପ୍ରଧାନ ଯୋଗଦେଇ ଥିଲେ l

ସର୍ବ ପ୍ରଥମେ ଅତିଥିମାନଙ୍କୁ ଗ୍ରାମବାସୀ ପୁଷ୍ପ ଗୁଚ୍ଛ ଓ ଉତ୍ତୋରୀୟ ଦେଇ ପୂଜାମଣ୍ଡପ ପାଖକୁ ପାଛୋଟି ଆଣିଥିଲେ ଓ ଶ୍ରୀ ତ୍ରିପାଠୀ ସେଠାରେ ଠାକୁରଙ୍କୁ ପ୍ରଣାମ କରି ପୂଜାର୍ଚ୍ଚନା କରିଥିଲେ, ଏବଂ ଉପସ୍ଥିତ ଥିବା ଜନସାଧାରଣ ଓ ଗ୍ରାମବାସୀ ବୃନ୍ଦଙ୍କୁ ସମ୍ବର୍ଦ୍ଧନା ଦେଇ ତାଙ୍କ ଅଭିଭାଷଣ ରଖିଥିଲେ,ଅତିବଡ଼ି ଜଗନ୍ନାଥ ଦାସଙ୍କ କୃତ ଶ୍ରୀମଦ୍ଭାଗବତ ଓଡ଼ିଶାରେ ସବୁଠାରୁ ଲୋକପ୍ରିୟ ଗ୍ରନ୍ଥ । ଆଜି ବି ଗାଁ ଗାଁରେ ଲୋକେ ଭାଗବତ ସପ୍ତା, ପାରାୟଣ ଓ ହରି ହାଟ ଆଦି ମାଧ୍ୟମରେ ଏହାର ପଠନ ଓ ଶ୍ରବଣ କରିଥାନ୍ତି । ଏହି ଗ୍ରନ୍ଥକୁ ନିତ୍ୟ ପାଠ କରିବାପାଇଁ ଏକ ଲୋକୋକ୍ତି ପ୍ରଚଳିତ ।”ପରମ ଶାସ୍ତ୍ର ଭାଗବତ ।ଅଭ୍ୟାସ କରୁଥିବ ନିତ୍ୟ l”ଭାଗବତର ନିତ୍ୟ ଅଭ୍ୟାସକୁ ସମ୍ଭବ କରିବାପାଇଁ ଆଗକାଳରେ ପ୍ରତ୍ୟେକ ଗ୍ରାମରେ ଭାଗବତ ଟୁଙ୍ଗି ନାମରେ ଏକ ସ୍ୱତନ୍ତ୍ର ଘର ନିର୍ମାଣ କରାଯାଉଥିଲା ।

ଯାହା ଆଜି ବି ଅନେକ ଗାଁରେ ଦେଖିବାକୁ ମିଳିଥାଏ । ଓଡ଼ିଶାରେ ଭାଗବତ ଟୁଙ୍ଗୀ ପରମ୍ପରା ଅବଲୁପ୍ତ ହେଇଆସୁଥିଲା ବେଳେ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବ୍ଲକ ଅନ୍ତର୍ଗତ ବାଲିପଶି ଗ୍ରାମରେ ଏ ପରମ୍ପରା ଏବେବି ଜୀବିତ ଅଛି ଏଣୁ ଏହାର ପ୍ରଶଂସା କରିଥିଲେ l ବିଶିଷ୍ଠ ସମାଜସେବୀ ଶ୍ରୀ ତ୍ରିପାଠୀ, ସେଠାକାର ଆଦିବାସୀ ଗରିବ ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରାକରାର ସମାଜ ହିତୌଷି ଓ ଜନସାଧାରଙ୍କ ମଙ୍ଗଳକାରକ କାର୍ଯ୍ୟମାନ କରିଥାନ୍ତି, ଯାହା ଦ୍ୱାରା ସେଠାକାର ଗ୍ରାମବାସୀ ମାନେ ଶ୍ରୀ ତ୍ରିପାଠଙ୍କୁ ଜଣେ ଜନ ନାୟକ ଭାବି ଶ୍ରଦ୍ଧା କରିଥାନ୍ତି l ଏହି ଅବସରରେ ଉପ-ଜ଼ିଲ୍ଲାପାଳ ଶ୍ରୀ ପରିଡା ତାଙ୍କ ମଧୁର କଣ୍ଟରେ ଶ୍ରୀଜଗନ୍ନାଥଙ୍କ ଭକ୍ତି ଉଦେଶ୍ୟରେ ଭଜନ ଗୀତ ଗାନ କରି ଲୋକଙ୍କ ହୃଦୟ କିଣିନେଇଥିଲେ ଏବଂ ଲୋକମାନେ ତାଙ୍କ ଗୀତ ଶୁଣି ଭାବବିହ୍ଵଳ ହୋଇପଡ଼ିଥିବା ଦେଖିବାକୁ ମିଳିଛି l