ପୁରା ଦେଶ ପାଳନ କରୁଛି ୭୯ ତମ ସ୍ୱାଧୀନତା ଦିବସ, ଗାଁ ରୁ ସହର ସବୁଠି ଉତ୍ସବ ମୁଖର | ଦେଶ ମାତୃକାର ଉତ୍ସବ ପାଳନ ହେଉଛି ଶିକ୍ଷା ଅନୁଷ୍ଠାନ ଠାରୁ ଆରମ୍ଭ କରି ସବୁ କ୍ଷେତ୍ର ରେ | ଏହାରି ଭିତରେ ଚମ୍ପୁଆ ନେହୁରୁ ଷ୍ଟାଡିୟମ୍ ରେ ଚମ୍ପୁଆ ଉପଜିଲ୍ଲାପାଳ ପତାକା ଉତୋଳନ କରିଛନ୍ତି ଓ ଖଣି ଅଞ୍ଚଳ ରେ ବିଭିନ୍ନ ସ୍କୁଲ ଓ ସରକାରୀ କାର୍ଯ୍ୟାଳୟ ରେ ପାଳନ ହୋଇଛି ସ୍ୱାଧୀନତା ଦିବସ |
ବିଭିନ୍ନ ସ୍କୁଲ ର ଛାତ୍ର ଛାତ୍ରୀ ଏବଂ ଯୋଡ଼ା ପୌରପାଳିକା ପକ୍ଷରୁ ପୌର କାର୍ଯାଳୟ ଠାରୁ ଯୋଡ଼ା ପରିକ୍ରମା କରି ଜାତୀୟ ସଙ୍ଗୀତ ଗାନ କରି ସହର ପରିକ୍ରମା କରିଛନ୍ତି |