
ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ଠାରେ ଜିଲ୍ଲାପାଳ ପାରୁଲ ପଟୱରୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ। ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଚନ୍ଦ୍ରପୁର ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସମ୍ଯକାନ୍ତ ବାଙ୍ଗୁଲ ଓ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ କୋଇନ କିମ୍ବାକା ଏବଂ ମୁଖ୍ୟବକ୍ତା ଚନ୍ଦ୍ରପୁର ପଞ୍ଚାୟତ ସରପଞ୍ଚ ରଞ୍ଜିତା ବ୍ରେକବେଡା ସମେତ ବ୍ଳକର ସମସ୍ତ ବିଭିନ୍ନ ବିଭାଗ ଅଧିକାରୀଙ୍କ ନେତୃତ୍ୱରେ ଏହି ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ କରାଯାଇଥିଲା।

ଏହାସହ ଶୁଣାଣୀରେ ଜିଲ୍ଲାର ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ କ୍ଷେତ୍ରର ସମସ୍ୟା ଭିତ୍ତିକ ପତ୍ରକୁ ଗ୍ରହଣ କରିବାକୁ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା। ମୋଟ ୩୩ ଟି ଅଭିଯୋଗ ଲୋକଙ୍କ ଠାରୁ ଜିଲ୍ଲାପାଳ ପାରୁଲ ପଟୱରୀ ଗ୍ରହଣ କରିଥିଲେ। ମୋଟ ୩୩ ଅଭିଯୋଗ ମଧ୍ୟରୁ ବ୍ୟକ୍ତିଗତ ୧୪ ଟି , ଗୋଷ୍ଠୀ ଗତ ଅଭିଯୋଗ ୧୫ ଟି , ଓ ସ୍ବାସ୍ଥ୍ୟ ଗତ ଅଭିଯୋଗ ୪ ଟି ରହିଥିଲା। ଏହା ସହିତ ବୁଡୁବାଲି ଗ୍ରାମର ଭିନ୍ନକ୍ଷମ ଯୋହନ ଜାଗେରେଙ୍ଗାଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କା ର ଏକ ବ୍ୟାଟେରୀ ଅପରେଟର ଇ ରିକ୍ସା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ତରଫରୁ ପ୍ରଦାନ କରାଯାଇଥିଲା।

ଏହି କ୍ଷେତ୍ରରେ ଚନ୍ଦ୍ରପୁର ବ୍ଲକ ସମସ୍ତ କୋଣ ଅନୁକୋଣରେ ରହୁଥିବା ପ୍ରତ୍ୟେକ ଗାଁ ଗହଳିରୁ ଗ୍ରାମବାସୀ ପହଞ୍ଚି ନିଜ ନିଜର ସମସ୍ୟାକୁ ସମାଧାନ କରିବା ନିମନ୍ତେ ଦରଖାସ୍ତ ପ୍ରଦାନ କରିଥିଲେ। ଏହି ଅଭିଯୋଗ ଶୁଣାଣୀ ଶିବିର ଗୋଷ୍ଠୀଗତ , ସାମୂହିକ ଓ ବ୍ୟକ୍ତିଗତ , ସ୍ବାସ୍ଥ୍ୟଗତ ଏବଂ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ତଥା ସାହି ସିସି ରୋଡ଼ ଓ ପାନୀୟ ଜଳର ସମସ୍ୟା ଏଭଳି ବିଭିନ୍ନ ସମସ୍ୟାକୁ ନେଇ ଆଜି ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ କରାଯାଇଥିବା ଦେଖିବାକୁ ମିଳିଥିଲା।