ଚନ୍ଦ୍ରପୁର ଏସ୍ ଏସ୍ ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଙ୍କ ବ୍ଲକ ସମ୍ମୁଖରେ ଧାରଣା

ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଠାରେ ଅବସ୍ଥାପିତ ଏସ୍.ଏସ୍. ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ପାଠପଢ଼ା ରେ ବାଧାପ୍ରାପ୍ତ ହେଉଥିବାରୁ ବ୍ଲକ ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ରାୟଗଡ଼ା ଜିଲ୍ଲା ନୂତନ ଜିଲ୍ଲାପାଳ ଆଜି ପ୍ରଥମ ଥର ଭାବେ ଚନ୍ଦ୍ରପୁର ଗସ୍ତକରି ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀରେ ଶିବିର ଅନୁଷ୍ଠିତ କରାଯାଇଥିବା ବେଳେ , ଶିକ୍ଷକ ନଥିବାରୁ ପାଠପଢାରେ ଅସୁବିଧା ହେଉଥିବାରୁ ରାୟଗଡ଼ା ଜିଲ୍ଲାପାଳ ଙ୍କୁ କଲେଜ ଛାତ୍ରୀ ଭେଟି ଶିକ୍ଷକ ନିଯୁକ୍ତି ପାଇଁ ଅଭିଯୋଗ ପତ୍ର ପ୍ରଦାନ କରିଥିଲେ ।

ଆମେ ବାରମ୍ବାର ଏଭଳି ଅଭିଯୋଗ ପରେ ଅଭିଯୋଗ କରିଆସୁଛି ଏହା କୈଣସି ସମାଧାନ ହେଇ ପାରୁ ବୋଲି ବ୍ଲକ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ଜିଲ୍ଲାପାଳ ଙ୍କୁ ଅଭିଯୋଗ ପରେ ଛାତ୍ରୀ ମାନେ ଅଭିଯୋଗ ର ସମାଧାନ ପାଇଁ ପ୍ରାୟ ୨ ଘଣ୍ଟା ଧରି ବର୍ଷାରେ ଅଦାହୋଇ ଦାବି ପୁରଣ ପାଇଁ ଅଟଳ ରହି ଧାରଣ ଦେଇଥିବା ଦେଖିବାକୁ ମିଳିଥିଲା ।

ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ନେତୃତ୍ୱରେ ଚନ୍ଦ୍ରପୁର ଆଇ.ଆଇ.ସି ଓ ଏସଡିପିଅ ମିଳିତ ବୁଝାସୁଝା କରି ଧାରଣ ଦେଇଥିବା ଛାତ୍ରୀଙ୍କୁ ପ୍ରତିଶୃତି ଦେଇ ଧାରଣାରୁ ଅହରିଯିବାକୁ କହିଥିଲେ । ପ୍ରାୟ ୨ ଘଣ୍ଟା ଧାରଣାର ପ୍ରତିଶୃତି ଆଧାର ରେ ଧାରଣା ରୁ ଅହରି ଯାଇଥିବା ଦେଖିବାକୁ ମିଳିଛି ।