ଆଠମଲ୍ଲିକ ବ୍ଲକ ଆମ୍ବସରମୁଣ୍ଡା ପଂଚାୟତ ନାବାଦୀପ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ବିଜୁଳି ମାରି ୩ଗୋରୁ ମୃତ । ସୁଚନା ଅନୁଯାୟୀ ନାବଦୀପ ପୁର ରହଣି ଛକ ଠାରେ ମଦନ ଭୋଇ ଗୋରୁ ଚରାଉ ଥିବା ବେଳେ ମଙ୍ଗଳବାର ଅପରାହ୍ନରେ ବଳଦ ଚାରୁଥିବା ସମୟରେ ଚଡକ ମାରି ୩ବଳଦର ମୃତ୍ୟୁ ଘଟିଛି ।
ନାବଦୀପପୁର ଗ୍ରାମର ନିରୁ ପ୍ରଧାନ, ସୁକୁଟୁ ପ୍ରଧାନ ଓ ନିର୍ମଳ ପ୍ରଧାନର ଗୋଟିଏ ଲେଖାଏଁ ବଳଦର ମୃତୁ ଘଟିଛି । ଫଳରେ ପରିବାର ଦୁଃଖରେ ଭାଂଗିପଡ଼ିଛନ୍ତି । ତେବେ କ୍ଷତିପୂରଣ ପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି ୩ପରିବାର ।