
କୋରାପୁଟ ବ୍ଲକ ଚଉଗାଁ ଉନ୍ନୀତ ଆଶ୍ରମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟର ପ୍ରଧାନ ସେବକ ପ୍ରମୋଦ କୁମାର ପଟନାୟକଙ୍କ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସଭାପତି ଡ଼ ରାଜେନ୍ଦ୍ର କୁମାର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ଅନ୍ୟତମ ଅତିଥି ରମେଶ ଚନ୍ଦ୍ର ଜେନା, ଶ୍ୟାମ ମୁଦୁଲି, ସୁନାବେଡା ଏସଏସର ପ୍ରଧାନ ସେବିକା ଅମ୍ବିକା ରାଉତ, ପଦ୍ମପୁର ଏସଏସ ସହାୟକ ଶିକ୍ଷକ ପ୍ରଶାନ୍ତ କୁମାର ସାମଲ, ପଦ୍ମପୁର ଏସଏସର ପ୍ରଧାନ ସେବିକା ମମତା ପାତ୍ର, ଚିକାପାର ଏସଏସର ସହାୟିକା ଶିକ୍ଷୟିତ୍ରୀ ତରଣୀ ପ୍ରଧାନ, ରବିନ୍ଦ୍ର କୁମାର, କୃଷ୍ଣ ମୋହନ ପଟ୍ଟନାୟକ ପ୍ରମୁଖ ଉତ୍ସବରେ ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ପରିଶେଷରେ ବିଦ୍ୟାଳୟରେ ଆୟୋଜିତ କ୍ରୀଡା ପ୍ରତିଯୋଗୀତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା | ପ୍ରଶାନ୍ତ ସାମଲ ମଞ୍ଚ ପରିଚାଳନା କରିଥିବାବେଳେ ପ୍ରମିଳା କୁମାରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ |