ଘୋଷଣା ହେଲା ବିସିସିଆଇ ନୂଆ ନିୟମ

ଆଇପିଏଲ୍‌-୨୦୨୬ ପ୍ରଥମ ପର୍ଯ୍ୟାୟ ଶେଷ ହେବା ପରେ, ବିସିସିଆଇ ଏକ ନୂଆ ନିୟମ ଘୋଷଣା କରିଛି । ଏହା ଅନୁଯାୟୀ, ମ୍ୟାଚ୍‌ ଚାଲିଥିବା ସମୟରେ ପ୍ରବେଶକାରୀ ପଡ଼ିଆରେ ଅତିରିକ୍ତ ଖେଳାଳିଙ୍କୁ ନିୟନ୍ତ୍ରଣ କରାଯିବ। ମାନେ ମ୍ୟାଚ୍‌ ଦ୍ୱାରା ଆଗରୁ ଦିଆଯାଇଥିବା ୧୬ଜଣିଆ ଖେଳାଳି ତାଲିକାରେ ନଥିବା କୌଣସି ଖେଳାଳି ପଡ଼ିଆରେ ଅଯଥାରେ ଯାଇ ପ୍ରବେଶ କରିବା, ଅନାବଶ୍ୟକ ବୁଲାବୁଲି କରିବା, କିମ୍ବା ବ୍ୟାଟ୍‌, ମୃଦୁ ପାନୀୟ ବା ଅନ୍ୟାନ୍ୟ ସାମଗ୍ରୀ ନେଇ ପଡ଼ିଆରେ ଯାଇ ପାରିବେ ନାହିଁ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମ୍ୟାଚ୍‌ ସମୟରେ ଅନାବଶ୍ୟକ ବ୍ୟାଘାତ ଓ ଗୋଳମାଳ କମାଇବା ନିମନ୍ତେ ନିସ୍ପତ୍ତି ନିଆଯାଇଛି ।

xr:d:DAFepvvGVv8:52,j:4107628207,t:23050605

ବିସିସିଆଇ ସବୁ ଫ୍ରାଞ୍ଚାଇଜଙ୍କୁ ଏହି ନିୟମ ସଂପର୍କରେ ଅନୁଷ୍ଠାନିକ ଭାବେ ସୂଚିତ କରିଛି,  ଯାହା ଆଇପିଏଲ୍‌ ମ୍ୟାଚ୍‌ର ପରିଚାଳନାକୁ ଅଧିକ ସୁବ୍ୟବସ୍ଥିତ ଓ ସୁରକ୍ଷିତ କରିବ ବୋଲି କୁହାଯାଇଛି । ଏହି ପଦକ୍ଷେପରେ ଫ୍ରାଞ୍ଚାଇଜଗୁଡ଼ିକ ନିଜ ଖେଳାଳି ଓ ସାମଗ୍ରୀ ପ୍ରବେଶ ପାଇଁ ନିୟମ ମାନିବାରେ ସଚେତନ ହେବାକୁ ପଡ଼ିବ। ଏହା ମାନଦଣ୍ଡ ଅନୁସାରେ ମ୍ୟାଚ୍‌ ସ୍ମୂଥ୍ ଚାଲିବା ଓ ଦର୍ଶକଙ୍କ ପାଇଁ ମଜାଦାର ଅନୁଭବ ନିଶ୍ଚିତ କରିବ ବୋଲି ଆଶା ମଧ୍ୟ କରାଯାଇଛି ।