ଘଷିପୁରା ବ୍ଲକ କାଠପାଳ ସେବାଶ୍ରମରେ ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ

ଘଷିପୁରା ବ୍ଲକ ସରକାରୀ କାଠପାଳ ସେବାଶ୍ରମ ବିଦ୍ୟାଳୟ ପରିସରରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ଵାରା ପିତା ମାତା ସହ ଭାଗିତା ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦେବୀପ୍ରସାଦ ରାଉତଙ୍କ ଅଧ୍ୟକ୍ଷତା ରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହରିଚନ୍ଦପୁର ବିଇଓ ଚିନ୍ମୟ କୁମାର ରାଉତ, ମୁଖ୍ୟବକ୍ତା ଭାବେ ଏନପିଏସ ଜିଲ୍ଲା ସଭାପତି ଦିଲ୍ଲୀପ କୁମାର ରାଉତ ସମ୍ମାନିତ ଅତିଥି ଭାବେ ଚମ୍ପାପାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯଦୁମଣୀ ଯେନା, ବିଦ୍ୟାଲୟ ପରିଚାଳନା କମିଟି ସଭାପତି ଚାନ୍ଦମଣୀ ଯେନା,ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ପିତାମାତା ସହ ଭାଗିତା କାର୍ଯ୍ୟକ୍ରମର ଲକ୍ଷ୍ୟ ଉପରେ ଆଲୋକପାତ କରିବା ସହ ସୁସ୍ଥ ସମାଜ ଗଠନରେ ଛାତ୍ରଛାତ୍ରୀଙ୍କୁ ପାଠ ସହ କ୍ରିଡ଼ା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରିବାକୁ ବାର୍ତ୍ତା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ମାନେ ମଧ୍ୟ ଉପସ୍ଥିତ ଥିଲେ । ଫୋଟଷ୍ଟଲ ,ନିମପ୍ଲେଟ ସହ ଆଦର୍ଶ ପିତାମାତାଙ୍କୁ ଉପୋଢ଼ୋକନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।