ଘଷିପୁରା ନିର୍ବାଚନ ମଣ୍ଡଳିରେ ବିଜୁ ବାବୁଙ୍କ ଜୟନ୍ତୀ ପାଳିତ

କେନ୍ଦୁଝର ଜିଲ୍ଲା ଘସିପୁରା ସୁଆଁପଦା ହାଟ ପଡିଆଠାରେ ବିଜୁ ଜନତା ଦଳ ପକ୍ଷରୁ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳନ କରାଯାଇଛି | ଘସିପୁରା ନିର୍ବାଚନ ମଣ୍ଡଳୀର ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ନେତୃତ୍ବରେ ହଜାର ହଜାର ବିଜୁ ପ୍ରେମୀ ଓ ବିଜେଡି କର୍ମୀ ଙ୍କ ସମାଗମରେ ପାଳିତ ହୋଇଛି | ଘସିପୁରା ଏବଂ ଘଟଗାଁ ବ୍ଲକର ବିଜେଡି ସମର୍ଥିତ ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ବହୁ ବ୍ୟକ୍ତି ବିଶେଷ ଯୋଗଦେଇ ବିଜୁବାବୁଙ୍କ ଫୋଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ | ବିଜୁ ଜୟନ୍ତୀ ଅବସରରେ ସମୃଦ୍ଧ ଓଡିଶା ଗଠନରେ ବିଜୁ ବାବୁଙ୍କ ଭୂମିକା ଶିର୍ଷକ ଉପରେ ଆଲୋଚନାରେ ଅନେକ ନେତା ଅଂଶ ଗ୍ରହଣ କରିଥିଲେ |

ଆଧୁନିକ ଓଡିଶା ଗଠନରେ ବିଜୁ ବାବୁଙ୍କ ଭୂମିକା ଅତୁଳନୀୟ | ସେ ରାଜ୍ୟ ବାସୀଙ୍କ ହିତ ପାଇଁ ବିଭିନ୍ନ ପ୍ରସଙ୍ଗକୁ ଦୃଢତାର ସହ ମୁକାବିଲା କରିପାରିଥିଲେ ବୋଲି କହିଥିଲେ। ଆଗାମୀ ଦିନରେ ଦଳ କିପରି ସୁଦୃଢ଼ ହୋଇପାରିବ, ଏଥିପ୍ରତି ସମସ୍ତେ ସଚେତନ ହୁଅନ୍ତୁ ବୋଲି ବରିଷ୍ଠ ନେତୃ ମଣ୍ତଳି କହିଛନ୍ତି | ବିଜେଡି ନେତୃମଣ୍ତଳୀଙ୍କ ମଧ୍ୟରେ ଘସିପୁରା ବ୍ଲକ ଅଧ୍ୟକ୍ଷା ସୁଜାତା ସାହୁ, ହରିପ୍ରସାଦ ମିଶ୍ର, ଜିଲ୍ଲାପରିଷଦ ସଭ୍ୟ ସଂଜୟ ମଲ୍ଲିକ, ବୁଲୁ ପଟ୍ଟନାୟକ, ଅକ୍ଷୟକୁମାର ସାହୁ, ଗୋପିନାଥ ସ୍ବାଇଁ, ନନ୍ଦ କିଶୋର ବେହେରା, ଆକାଶ ରଥ, ବିଭାସଚନ୍ଦ୍ର ନାୟକ, ଜିଲ୍ଲା ପରିଷଦ ସଭ୍ୟ ମଧୁସ୍ମୀତା ଦାସ, ପଣ୍ତାପଡା ଜୋନ ଯାଜ୍ଞସିନୀ ମହାନ୍ତ, ଘଟଗାଁ ବ୍ଲକ ଅଧ୍ୟକ୍ଷା ଗୀତରାଣୀ ନାୟକ, ବିଜେଡି ନେତା ଦେବାଶିଷ ପାତ୍ର ସମେତ ଅନ୍ୟ ସଦସ୍ୟ ମାନେ ଯୋଗଦେଇ ନିଜର ଅଭିଭାଷଣ ରଖିଥିଲେ |