ଘଷିପୁରାର ପାଣ୍ଡୁଆ ଓ ପଞ୍ଚହରାରେ ଇଦ୍ ପାଳିତ

ମୁସଲିମ୍ ସମ୍ପ୍ରଦାୟର ପବିତ୍ର ପର୍ବ ଇଦ୍ ବା ଇଦ୍-ଉଲ୍-ଫିତର । ଦାନ ଓ ଧର୍ମର ପର୍ବ ହେଉଛି ଇଦ୍ । ରମଜାନ୍ ଅବସରରେ ଏକ ମାସ ଉପବାସ କରିବା ପରେ ପାଳିତ ହୋଇଛି ଇଦ୍ । ଇଦ୍ ପାଇଁ ଉତ୍ସବମୁଖର ହୋଇଛି ସାରା ରାଜ୍ୟ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଅଞ୍ଚଳର ପାଣ୍ଡୁଆ ଓ ପଞ୍ଚହରା ଗ୍ରାମରେ ମୁସଲମାନ ସଂପ୍ରଦାୟର ପବିତ୍ର ଇଦ୍-ଉଲ୍-ଫିତର ଶାନ୍ତିଶୃଙ୍ଖଳାର ସହିତ ପାଳିତ ହୋଇଯାଇଛି ।

ମୁସଲମାନ ଭାଇମାନଙ୍କ ପବିତ୍ର ରମଜାନ ମାସର ଶେଷ ଦିବସ ପରଦିନ ଏହି ଇଦ୍-ଉଲ୍-ଫିତର ପାଳନ ଅବସରରେ ନିକଟସ୍ଥ ବିଭିନ୍ନ ଇଦଗା ଓ ମସଜିଦ୍‌ରେ ଅନୁଷ୍ଠିତ ସାମୁହିକ ନମାଜ ପାଠ କରାଯିବା ପରେ ପରସ୍ପରକୁ ଆଲିଙ୍ଗନ କରି ଇଦ୍‌ର ଶୁଭେଚ୍ଛା ଜଣାଇଥିଲେ । ପାଣ୍ଡୁଆ ମସଜିଦ ଓ ପଞ୍ଚହାରା ମସଜିଦ ପ୍ରଭୃତିରେ ମୁସଲମାନ ଭାଇମାନେ ସାମୂହିକ ନମାଜ ପାଠ କରିଥିଲେ । ଇଦ୍‌ର ଶୁଭେଚ୍ଛା ଜଣାଇ ଖୁସି ମନାଇବା ସହ କବର ସ୍ଥାନ ଯାଇ ପିତୃପୁରୁଷଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।