ଘର ସଜାଡୁଛି ବିଜେଡି!

ଆରମ୍ଭ ହେଲାଣି ବିଜେଡିର ଘର ସଜଡା, ଶଙ୍ଖ ଗଡ଼କୁ ମଜଭୁତ କରିବାକୁ ମୂଳରୁ ଡାଳ ହେଲେଣି ସଭିଏଁ ପ୍ରସ୍ତୁତ, ଜନତାଙ୍କ ଠାରୁ ଆରମ୍ଭ କରି କର୍ମୀ, ନେତାଙ୍କଠୁ ନେତାମୂଖ୍ୟ ଅସଜଡ଼ା ହୋଇ ଥିଲେ ପ୍ରାୟ ବର୍ଷେ କାଳ, ସବୁ ଠିକ ଥିବାବେଳେ ପାଣ୍ଡିଆନ ଦମ୍ପତିଙ୍କ ଆବିର୍ଭାବ ବିଜେଡିକୁ ଅଡୁଆ ସୂତାରେ ଛନ୍ଦି ଦେଇଥିଲା। ଠିକ ଏତିକିବେଳେ ମନେ ପଡିଲା ଦଳର ସ୍ଥିତି ଓ ନେତାଙ୍କ ସମ୍ପର୍କରେ, ଦର୍ଶକବନ୍ଧୁ, ପୁରୁଖା ଅଲୋଡ଼ା ଥିବାବେଳେ ବହୁ ନେତାଙ୍କୁ ପାଣ୍ଡିଆନଙ୍କ ପାୱାର କରିଡରରେ ଦବଦବା ହଜମ ହେଉନି, ଆଉ ହେବ ବା କେମିତି, ନେତାମୁଖ୍ୟ ନବୀନ ଯେତେବେଳେ ତାଲା ମରା ଗୃହରେ ଆଉ ଚାବିକାଠି ଆଉଜଣଙ୍କ ହାତରେ ସେତେବଳେ ସିନିଅର ଓ ଜୁନିଅର ଦଳ ବିରୋଧି ହେବା ସ୍ୱାଭାବିକ, ହଁ ଆଜ୍ଞା ବୋଧହୁଏ ନବୀନ ଜଣିପାରିଲେ, ଯେ ଶଙ୍ଖ ଘର ଛାଡିବାକୁ ଅନେକ ହେଲେଣି ପ୍ରସ୍ତୁତ, ସେଥିପାଇଁ ଯୁବ ଓ ଛତ୍ର ନେତାଙ୍କୁ ନିଯୁକ୍ତ କରି ବିଜେଡି ନିଜର ଅସ୍ତିତ୍ବ ଜାହିର କରିବାର ଏହା ଏକ ରଣନୀତି ମଧ୍ୟ ହୋଇପାର, ତାହା ନ ହେଲେ ଏତେଦିନ ପରେ ପାଣ୍ଡିଆନଙ୍କୁ ଘୋର ବିରୋଧ ହେବା ସମୟରେ ଅଧାଅଧୁରା କାର୍ଯ୍ୟକୁ ପୁରା କରିବା ପାଇଁ କେମିତି ବା ମନେ ପଡିଲା, ତାହା ସାଧାରଣରେ ଆଶ୍ଚର୍ଯ୍ୟ କରୁଛି।

ଅନ୍ୟପଟେ ମହିଳା ମୋର୍ଚା ସଭାପତି ଚୟନ କେବେ ହେବ ଓ କିଏ ହେବେ ତାକୁ ନେଇ ବିଜେଡିରେ ମାନସ ମନ୍ଥନ ପ୍ରକ୍ରିୟା ଖୁବ ଜୋରସୋରରେ ଚାଲିଥିବା ନେଇ ଜଣାପଡିଛି। ଅନେକ ଦିନ ଧରି ବିଜେଡିର ଛାତ୍ର ଓ ଯୁବ ବିଜେଡି କର୍ମୀଙ୍କୁ ଏକ କରିବା ସହ ଦଳରେ ଲୋକଙ୍କୁ ଯୋଡିବା କାର୍ଯ୍ୟ ଜାରି ରଖିଛନ୍ତି ସମ୍ପୃକ୍ତ ବିଜେଡି ନେତାମାନେ, ତେବେ ହଠାତ କାହିଁକି ପାଣ୍ଡିଆନ ଝଡ଼ ସମୟରେ ବିଜେଡିର ଏ ନିଷ୍ପତ୍ତି? କିଏ ନେଉଛନ୍ତି ବିଜେଡି ଗୃହର ନିଷ୍ପତ୍ତି? ଏ ଅସମାହିତ ପ୍ରଶ୍ନ ଭିତରେ ଛନ୍ଦି ହୋଇଯାଇଛନ୍ତି ରାଜ୍ୟର ସାଧାରଣ ଜନତା, ତେବେ ଦେଖିବାକୁ ବାକି ରହିଲା, ରାଜ୍ୟରେ ଆଉଥରେ ବିଜେଡିର ପ୍ରତ୍ୟାବର୍ତ୍ତନର ପ୍ରଚେଷ୍ଟା କେତେ ସଫଳ ହେଉଛି।