କେନ୍ଦୁଝର ସହର ସ୍ଥିତ ଗାୟତ୍ରୀ ରେସିଡେନସିଆଲ କଲେଜ ନାମକ ଏକ ଘରୋଇ କଲେଜ ହଷ୍ଟେଲ ରେ ବିଳମ୍ବିତ ରାତିରେ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତ ଛାତ୍ର ଜଣକ ହେଲେ ପାଟଣା ଥାନା ଟାଙ୍ଗରପଡା ଗ୍ରାମର ଜଗବନ୍ଧୁ ମହାନ୍ତ ଙ୍କ ପୁଅ ଜଳଧର ମହାନ୍ତ । ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି । ଗାୟତ୍ରୀ ରେସିଡେନ୍ସିଆଲ କଲେଜ ହଷ୍ଟେଲରେ ରହି ସମର କୋର୍ସ କରୁଥିଲେ ଜଳଧର । ଗତକାଲି ରାତିରେ ରାତ୍ରୀ ଭୋଜନ ପରେ ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଖବର ପାଇ ବିଦ୍ୟାଳୟ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ । ପରିବାର ଲୋକ ଏହାର ତଦନ୍ତ ଦାବୀ କରିଛନ୍ତି ।