ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ଅନ୍ତର୍ଗତ କୁଦାଳିଧୁଆ ଗ୍ରାମରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ପରିବାରକୁ ଚକମା ଦେଇ ଘରେ କଳା କନା ବୁଲାଇ ଦେଲା ସ୍ତ୍ରୀ ।

ସୂଚନାଅନୁସାରେ, କୁଦାଳିଧୁଆ ଗ୍ରାମର ମୁନା ମହାନ୍ତ ନାମକ ଜଣେ ଯୁବକ ଦାଦନ ଖଟି ନିଜ ପରିବାର ପ୍ରତିପୋଷଣ କରନ୍ତି । କିନ୍ତୁ କିଛିଦିନ ପୂର୍ବରୁ ତାଙ୍କ ସ୍ତ୍ରୀ ସହ କୌଣସି କାରଣରୁ ଝଗଡା ହେବା ପରେ ସେ ଛାଡପତ୍ର ପାଇଁ ଆବେଦନ କରିଥିଲେ । ହେଲେ ହଠାତ ଘରେ କେହି ନଥିବା ସମୟରେ ଫାଇଦା ଉଠାଇ ଦିନ ଦ୍ୱିପ୍ରହରରେ ଘର ତାଲା ଭାଙ୍ଗି ଘରର ଆସବାବ ପତ୍ର ଓ ଅନେକ ଜିନିଷ ଏକ ପିକଅପ ଯୋଗେ ନେଇ ଘରେ ତାଲା ପକାଇ ଛୁ ମାରିଛନ୍ତି ସ୍ତ୍ରୀ କମଳିନୀ । ତେବେ ଖବର ପାଇ ସ୍ୱାମୀ ମୁନା କର୍ଣ୍ଣାଟକରୁ ନିଜ ଘର କୁ ଆସି ଏ ନେଇ ଯଶିପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।