ଘରକୁ ଫେରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ ପିକଅପ୍ ଭ୍ୟାନ୍, ୨୦ ଆହତ

ମାଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣା।ଏକ ପିକଅପ୍ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇ ୨୦ ଜଣ ଆହତ ହୋଇଛନ୍ତି । ଘଟଣା ଘଟିଛି ବରଗଡ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଥନାପତିଟିକ୍ରା ରେମଣ୍ଡା ରାସ୍ତା ମଝି ନାଲିଆପାଖରେ ।ସୁଚନା ଅନୁଯାୟୀ ଭେଡେନ ଥାନା ରେମଣ୍ଡା ଚମାରପଡାର ମହିଲା ପୁରୁଷ ମିଶି ୨୦ OD17 1963 ନମ୍ବରଥିବା ଗୋଟିଏ ପିକଅପ୍ ଗାଡି ଯୋଗେ ଉଲୁଣ୍ଡା ମେଟାକାନି ମନ୍ଦିରରୁ ଦର୍ଶନ ସାରି ନିଜ ଗାଁ ରେମଣ୍ଡାକୁ ଫେରୁଥିବା ବେଳେ ଗାଡିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାହା ଫଳରେ ଗାଡିରେ ବସିଥିବା ସମସ୍ତେ ଆହତ ହୋଇଥିଲେ । ଖବର ପାଇ ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନର ସଦସ୍ଯ ମାନେ ପହଞ୍ଚି ସେମାନଙ୍କୁ ଉଦ୍ଧାରକରି ଅଧିକ ଚିକିତ୍ସା ପାଇଁ ଭେଡେନ ଡାକ୍ତରଖାନାକୁ ନେଇଥିଲେ ।

Leave a Reply

Your email address will not be published. Required fields are marked *