ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଏବଂ ରୌଦ୍ର ତାପରୁ ରକ୍ଷା ପାଇଁ ମଣିଷ ତ ମଣିଷ ପଶୁ ପକ୍ଷୀ ମଧ୍ୟ ମନ ଏବଂ ପାଟି କୁ ସୁଆଦିଆ ଲାଗିଲା ଭଳି ଖାଦ୍ୟ ଗ୍ରହଣ କରିଥାନ୍ତି । ସେହିପରି ପଶ୍ଚିମ ଓଡିଶା ର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପୀଠର ଅନନ୍ୟ ପରମ୍ପରା ପଖାଳ ଭୋଗ । ମହାପ୍ରଭୁ ଶ୍ରୀମାର୍ଜାର କେଶରୀ ନୃସିଂହନାଥ ମହାପ୍ରଭୁଙ୍କର ଠାରେ ପ୍ରତି ବର୍ଷ ଅକ୍ଷୟ ତୃତୀୟା ରେ ପଖାଳ ଭୋଗ ଲାଗିଥାଏ । ଗ୍ରୀଷ୍ମ ଦାଉରୁ ରକ୍ଷା ପାଇଁ ମହାପ୍ରଭୁଙ୍କ ଠାରେ କାହିଁ କେଉଁ କାଳରୁ ଏହି ପଖାଳ ଭୋଗ ଲାଗି ଆସୁଛି । ଖରାବେଳେ ଗ୍ରୀଷ୍ମ ଦାଉରୁ ରକ୍ଷା ପାଇଁ କିଏ ବୃକ୍ଷ ତଳେ ତ କିଏ ଛପର ତଳେ ମଧ୍ୟ ଆଶ୍ରୟ ନିଅନ୍ତି । ହେଲେ ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ପିଠ ରେ କିନ୍ତୁ ଗ୍ରିଷ୍ମ ଦିନ ରେ ମହାପ୍ରଭୁଙ୍କୁ ରୌଦ୍ର ତାପ ରୁ ବଂଚାଇବା ପାଇଁ ବୈଶାଖ ଶୁକ୍ଲ ତୃତୀୟା ଅର୍ଥାତ ଅକ୍ଷୟ ତୃତୀୟା ଦିନ ଠାରୁ ଆରମ୍ଭ ହୋଇ ୭ ଦିନ ଯାଏଁ ଲାଗି ହୋଇଥାଏ ପଖାଳ ଭୋଗ । ଏବଂ ଏହି ପଖାଳ ଭୋଗ ପାଇବା ପାଇଁ ରାଜ୍ୟ ର ବିଭିନ୍ନ ସ୍ଥାନ ସହ ପଡୋଶି ଛତିଶଗଡ ଏବଂ ଅନ୍ୟ ରାଜ୍ୟ ମାନଙ୍କରୁ ମଧ୍ୟ ଲାଗିଥାଏ ଭକ୍ତଙ୍କର ଭିଡ ।
ଗ୍ରୀଷ୍ମତାପରୁ ରକ୍ଷା ପାଇଁ ପରମ୍ପରା ଗତ ରୀତିନୀତି ଅନୁଯାୟୀ କାହିଁ କେଉଁ କାଳରୁ ନୃସିଂହନାଥ ପୀଠରେ ଏହି ପଖାଳ ଭୋଗ ପରମ୍ପରା ଚାଲିଆସୁଛି । ଉପର ବେଳା ସମସୟରେ ମହାପ୍ରଭୁଙ୍କୁ ଏହି ପଖାଳ ଭୋଗ କୁ ଠାକୁରଙ୍କ ମନ ଅନୁଯାୟୀ ସୁସ୍ୱାଦୁ ଏବଂ ଗ୍ରିଷ୍ମ ରେ ଠାକୁରଙ୍କ ରୁଚିକର କରିବା ବିଶେଷ ଭାବରେ ପ୍ରସ୍ତୁତ କରାଯାଇଥାଏ । ଏହା ସହ ଝାଉଁ ରୁ ରକ୍ଷା ପାଇଁ ମହାପ୍ରଭୁଙ୍କ ସହ ଚର୍ତୁପାର୍ଶ୍ଵ ରେ ଥିବା ଦେବା ଦେବୀ ମାନଙ୍କୁ କଳସି ରେ ନିୟମିତ ଥଣ୍ଡା ପାଣି ଏବଂ ମଥାରେ ଚନ୍ଦନ ପ୍ରଲେପ ସହ ମୁଣ୍ଡ ଉପରେ ଓଦା ଗାମୁଛା ଦେବାର ରହିଛି ଅନନ୍ୟ ଏବଂ ମନଲୋଭା ପରମ୍ପରା । ମଣିଷଙ୍କ ପରି ଠାକୁରଙ୍କ ପାଇଁ ଗ୍ରୀଷ୍ମରେ ଥିବା ଏହି ନିତିକାନ୍ତି ଠାକୁରଙ୍କୁ ମଣିଷର ଭକ୍ତିଭାବ ଏବଂ ବାତ୍ସଲ୍ୟ ଭକ୍ତି ର ପ୍ରତିକ ବୋଲି ରହିଛି ମାନ୍ୟତା ।