ଗୌରହରି ସାହୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ; ଗିରିବନ୍ଧକୁ ହରାଇ ଦେମାଳ ଚାମ୍ପିଅନ

ଗୌରହରି ସାହୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପଞ୍ଚମ ସଂସ୍କରଣ ଆଳି ତେଲିପାଟଣା ଖେଳ ପଡିଆରେ ଉଦଯାପିତ ହୋଇଯାଇଛି | ଏହି ଉଦଯାପନୀ ଫାଇନାଲ ମ୍ୟାଚରେ ଦେମାଳ ଲକ୍ଷ୍ମୀ ବରାହ କ୍ରିକେଟ ଟିମ ଓ ଗିରିବନ୍ଧ କ୍ରିକେଟ ଟିମ ମଧ୍ୟରେ ରୋମାଞ୍ଚକର ହାଇ ଭୋଲ୍ଟେଜ ମ୍ୟାଚ ଅନୁଷ୍ଠିତ ହୋଇଥିଲା |

ଗିରିବନ୍ଧ କ୍ରିକେଟ ଟିମ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୫ ୱିକେଟ ବିନିମୟରେ ୧୧୪ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା ବେଳେ ଏହି ରନକୁ ପିଛା କରିବାକୁ ଯାଇ ଦେମାଳ ଲକ୍ଷ୍ମୀ ବରାହ କ୍ରିକେଟ ଟିମ ୮ ଓଭର ୪ ଟି ବଲରେ ୩ ୱିକେଟ ହରେଇ ୧୧୫ରନ ସଂଗ୍ରହ କରି ବିଜୟ ଲାଭ କରି ଚାମ୍ପିୟନ ମୁକୁଟ ପିନ୍ଧିଥିଲା |

ମ୍ୟାନ ଅଫ ଦ ମ୍ୟାଚ ଓ ସିରିଜ ଭାବେ ବିଶ୍ୱଜିତ ବାରିକ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳୀ ବିବେଚିତ ହୋଇଥିଲେ |

ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ ବନମାଳୀ ସେନାପତି ଓ ଗୌରହରି ସାହୁ ଚାରିଟେବୁଲ ଟ୍ରଷ୍ଟର ସଭାପତି ସୁଶାନ୍ତ ସାହୁ ପ୍ରମୁଖ ଯୋଗ ଦେଇ ଚମ୍ପିୟାନ ଦଳକୁ ଟ୍ରଫି ସହ ୮ ହଜାର ଟଙ୍କା ଓ ରନର୍ସ ଅଫ ଦଳକୁ ରନର୍ସ ଅଫ ଟ୍ରଫି ସହ ୬ ହଜାର ଟଙ୍କା ପ୍ରଦାନ କରିଥିଲେ |