
ଗୋଷ୍ଠୀ ମାନସିକ ସ୍ଵାସ୍ଥ୍ୟ ଓ ବିକାଶ ପ୍ରକଳ୍ପ ଉଦ୍ଘାଟିତ ହୋଇଯାଇଛି । ବିଶ୍ଵ ଯୁବ କେନ୍ଦ୍ର ବଣିନାଳୀ ଦ୍ଵାରା ଗତ ଜାନୁୟାରୀ ୨୦୨୫ ରୁ ଏହା ପରିଚାଳିତ ହୋଇ ଆସୁଥିଲା । ଆସନ୍ତା ତିନି ବର୍ଷ ମଧ୍ୟରେ ୫୦୦ ମାନସିକ ରୋଗୀଙ୍କ ପାଇଁ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଠାକୁରଗଡ,ସାନହୁଲା ପେଡିପଥର,ପାଇକ ସାହି, ସାପଘରା ପଞ୍ଚାୟତର ୧୨୫ ଗ୍ରାମରେ କାର୍ଯ୍ୟକାରୀ ହେଉଛି । ମାନସିକ ରୋଗୀଙ୍କୁ ଚିହ୍ନଟି କରଣ ଓ ସେମାନଙ୍କୁ ଉତ୍ତମ ପରାମର୍ଶ, ସ୍ଵାସ୍ଥ୍ୟ ସେବାର ସୁବିଧା, ସରକାରୀ ସହଯୋଗ ମିଳିବା ପାଇଁ ଉକ୍ତ ପ୍ରକଳ୍ପ କାର୍ଯ୍ୟ କରିବ । ୧୦ ଜଣ ସ୍ଥାନୀୟ ସ୍ଵେଚ୍ଛାସେବୀ ଏହି ପ୍ରକଳ୍ପ ରେ କାର୍ଯ୍ୟ କରିବେ ।

ବିଶ୍ଵ ଯୁବ କେନ୍ଦ୍ରର ସଭାପତି ବସନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନ ଉଶ୍ଚବରେ ସ୍ଥାନୀୟ ଠାକୁରଗଡ ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ର ର ସ୍ଵାସ୍ଥ୍ୟ ଅଧିକାରୀ ଡା ଅମିୟ ମହାନନ୍ଦ, ଆଠ ମଲ୍ଲିକ ବ୍ଲକର ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ନିକୁଞ୍ଜ ରଞ୍ଜନ ଦାଶ, ଭାର ପ୍ରାପ୍ତ ଥାନା ଅଧିକାରୀ ଶଶିଭୂଷଣ ବେହେରା, ବରିଷ୍ଠ ସ୍ଵେଚ୍ଛାସେବୀ ବିରେନ୍ ନାୟକ, ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ବିଶ୍ଵ ଯୁବ କେନ୍ଦ୍ରର ନିର୍ଦେଶକ ମନୋଜ କୁମାର ମହାପାତ୍ର ପ୍ରକଳ୍ପ ଉଦେଶ୍ୟ, କାର୍ଯ୍ୟକାରିତା ଓ ଭବିଷ୍ୟତ କାର୍ଯ୍ୟ ପନ୍ଥା ଉପରେ ଆଲୋକ ପାତ କରିଥିଲେ । ୧୧ ଟି ପଞ୍ଚାୟତରୁ ପ୍ରାୟ ଏକ ଶହ ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ପଞ୍ଚାୟତ ପ୍ରତିନିଧି, ସ୍ଵେଚ୍ଛାସେବୀ ଅଂଶ ଗ୍ରହଣ କରିଥିଲେ । ବିଶ୍ଵ ଯୁବ କେନ୍ଦ୍ରର ସଂଯୋଜିକା ପୂଜା ସ୍ଵାଇଁ ସ୍ଵାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ଓ ଧନ୍ୟବାଦ ଅର୍ପଣ କରିଥିଲେ । ବେସିକ ନିଡ୍ସ ଇଣ୍ଡିଆର ପ୍ରକଳ୍ପ ସଂଯୋଜିକା ମନସ୍ଵିନୀ ପାତ୍ର, ବିଶ୍ଵ ଯୁବ କେନ୍ଦ୍ରର କ୍ଷେତ୍ର ଅଧିକାରୀ ଯସ୍ମିତା ପ୍ରଧାନ ଓ ସ୍ଵେଚ୍ଛାସେବୀ ମାନେ ଏଥିରେ ସହଯୋଗ କରିଥିଲେ।