ଗୋଷ୍ଠି ଶିକ୍ଷା ଅଧିକାରୀ ନେପାଲ ମୁଣ୍ଡାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ ର ବିଜାତଳା ବ୍ଲକ୍ ଗୋଷ୍ଠି ଶିକ୍ଷା ଅଧିକାରି ନେପାଲ ମୁଣ୍ଡା ଓ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରିଣୀ ନିରୁପମା ମହାନ୍ତି ଙ୍କୁ ଆଜି ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି କାର୍ଯ୍ୟକ୍ରମ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ, ଜାମଦା ଗୋଷ୍ଠି ଶିକ୍ଷା ଅଧିକାରୀ ସୁରେଶ ମୁଣ୍ଡା ଓ ବିଜାତଳା ବ୍ଲକ ର ୧୫୫ ଟି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

ବିଜାତଳା ବ୍ଲକ୍ ର ଗୋଷ୍ଠି ଶିକ୍ଷା ଅଧିକାରୀ ନେପାଲ ମୁଣ୍ଡା କୁହନ୍ତି ପ୍ରାୟ ଦିର୍ଘ ୧୦ ବର୍ଷ ରୁ ଉର୍ଦ୍ଧ ହେବ ମୁଁ ନିରନ୍ତର ଭାବେ ଏହି ବ୍ଲକ୍ ରେ କାର୍ଯ୍ୟ କରି ଆସିଛି । ସମସ୍ତ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତେ ମିଶି ମୋ ସହ କାମ କରନ୍ତି । ମୋର ଥିବା ଅବସ୍ଥାରେ ମୋ ବ୍ଲକ୍ ରେ ଥିବା ବିଦ୍ୟାଳୟ ର କୌଣସି ଅସୁବିଧା ହେବାକୁ ଦେଇନି କିନ୍ତୁ ଦୁଃଖ ର ବିଷୟ ମୁଁ ସରକାର କୁ କହିବି ଏହି ଅଫିସ୍ ରେ ବର୍ଷେ କାମ କରି ଅନ୍ୟ ଗୋଷ୍ଠି ଶିକ୍ଷା ଅଧିକାରୀ ପ୍ରମୋସନ ପାଉଛନ୍ତି । ମୁଁ ଦଶ ବର୍ଷରୁ ଉର୍ଦ୍ଧ କାମ କଲି ମୋତେ କିଛି ମିଳିଲା ନାହିଁ । ଯଦି ସରକାର ଦୃଷ୍ଟି ଦେବେ ତା ହେଲେ ମୋ ପରେ ମୋର ଭାଇ ମାନେ ଏହାର ଲାଭ ଉଠାଇ ପାରିବେ ।

ସେହିପରି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିରୁପମା ମହାନ୍ତି କୁହନ୍ତି ମୁଁ ଅନେକ ଜାଗା ରେ କାମ କରିଛି କିନ୍ତୁ ୨ବର୍ଷ ହେବ ଏଇଠି କାମ କଲି ,କେବେ ବି କୌଣସି ଅସୁବିଧା ହୋଇନି । ସମସ୍ତେ ମିଳି ମିଶି କାମ କରନ୍ତି । ମୁଁ ଭଗବାନ ଙ୍କୁ ପ୍ରାର୍ଥନା କରିବି ଏହି ବ୍ଲକ ରେ ଥିବା ସମସ୍ତ ବିଦ୍ୟାଳୟ ର ଆହୁରି ଉନ୍ନତି ହେଉ ।