
କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ଅଞ୍ଚଳରେ ଗତକାଲି ରାତି ପ୍ରାୟ ୧୧ଟା ରେ ସାରଙ୍ଗଡ ପୋଲିସ ପକ୍ଷରୁ ନାକା ଲଗେଇ ସମସ୍ତ ଗାଡ଼ିର କାଗଜ ପତ୍ର ଯାଞ୍ଚ କରୁଥିବା ସମୟରେ ହଠାତ୍ ଗୋଟିଏ କଳା ରଙ୍ଗର ଅଲ୍ଟୋ ଗାଡ଼ିକୁ ସନ୍ଦେହ ଘେରରେ ତନଖି କରିବା ବେଳକୁ ସେହି ଗାଡିରୁ ଦୁଇଟି ବନ୍ଧୁକ ସହ ଗୋଟିଏ ୧୨ଇଂଚର ଭୂଜାଲି ଜବତ୍ କରିଛି ସାରଙ୍ଗଡ ପୋଲିସ ।

ଗାଡ଼ିରେ ଚାରି ଜଣ ଅଭିଯୁକ୍ତ ବସି ଥିବା ବେଳେ ପୋଲିସର ଯାଞ୍ଚ ସମୟରେ ଗୋଟିଏ ଅଭିଯୁକ୍ତ ଚମ୍ପଟ୍ ମାରି ଖସି ଯାଇଛି ଫଳରେ ପୋଲିସ ୩ଜଣ ଅନ୍ତଃ ରାଜ୍ୟ ଅଭିଯୁକ୍ତ ଙ୍କୁ ଧରିବାରେ ସଫଳ ହୋଇଛି । SDPO ବିଜୟ କୁମାର ବିଶି ଅଭିଯୁକ୍ତ ମାନଙ୍କ ନାଁରେ କେଶ୍ ନଂ-67/25 ରୁଜୁ କରି ତଦନ୍ତ ଚଳାଇଥିବା ସୂଚନା ଦେଇଛନ୍ତି ।