ଗାଡ଼ି ଧକ୍କାରେ ବାଘର ମୃତ୍ୟୁ

ଅଜଣା ଗାଡ଼ି ଧକ୍କାରେ କଲରାପତରିଆ ବାଘର ମୃତ୍ୟୁ । ଗଞ୍ଜାମ ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ ଗ୍ରାମ ମୁଖ୍ୟ ରାସ୍ତା ନିକଟରେ ଗତକାଲି ରାତି ପ୍ରାୟ ୨ ଟା ସମୟରେ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା । ଗୁରୁତର ବାଘକୁ ତୁରନ୍ତ ଭଞ୍ଜନଗର ପ୍ରାଣୀ ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବାଘଟିର ମୃତ୍ୟୁ ହୋଇଥିଲା। ବାଘଟିର ବୟସ ୪ରୁ ୫ ବର୍ଷ ହୋଇଥିବା ଅନୁମାନ କରାଯାଉଛି।

ତେବେ କଲରାପତରିଆ ବାଘର କେମିତି ଦୁର୍ଘଟଣା ହେଲା, କେଉଁ ଗାଡ଼ି ଧକ୍କାରେ ତା’ର ଜୀବନ ଗଲା ତାହାର ତଦନ୍ତ କରୁଛି ବନ ବିଭାଗ। ଆଜି ଭଞ୍ଜନଗର ନର୍ସରୀରେ ମୃତ ବାଘଟିର ବ୍ୟବଚ୍ଛେଦ ହେବା ପରେ ସେଠାରେ ହିଁ ତାକୁ ପୋତି ଦିଆଯିବ । ଏନେଇ ଉପରିସ୍ଥ ଅଧିକାରୀଙ୍କ କୌଣସି ମତାମତ ମିଳି ପାରିନି। 

Leave a Reply

Your email address will not be published. Required fields are marked *