ଗାଇସିଲେଟଠାରେ ବ୍ଲକସ୍ତରୀୟ ଜନଶୁଣାଣୀ

ଆଜି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ପଞ୍ଚାୟତ ସମିତି ସଭାଗୃହ ମଧ୍ୟରେ ଏମଜିଏନଆରଇଜିଏସ ଏବଂ ପଞ୍ଚଦଶ ଅର୍ଥ କମିଶନର ବ୍ଲକସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ ପଦ୍ମପୁର ଅତିରିକ୍ତ ଜ଼ିଲ୍ଲାପାଳ ଚବନ କୁନାଲ ମୋତିରାମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି |

ଏହି କାର୍ଯ୍ୟକ୍ରମରେ ବରଗଡ ଜିଲ୍ଲା ସାମାଜିକ ସମୀକ୍ଷା ଅଧିକାରୀ ଆନନ୍ଦ ପଧାନ ଓ ଗାଇସିଲେଟ ବ୍ଲକ ବିଡ଼ିଓ ଲକ୍ଷ୍ମଣ ମାଝୀ ଓ ବ୍ଲକ ଅଧ୍ୟକ୍ଷ ପ୍ରଣୟ କୁମାର ସାହୁ, ପଦ୍ମପୁର ବନାଞ୍ଚଳ ଅଧିକାରୀ ସୁଦାମ ଜଗଦଳା ମଞ୍ଚାସିନ ଥିଲେ |

ଫରେଷ୍ଟ ଅଧିକାରୀ ଅଶ୍ଵିନୀ ଭୋଇଙ୍କ ୪୦୨୫ ଟି ପ୍ରକଳ୍ପ ରହିଥିବା ବେଳେ ୧୭୫୦ ଟି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ବୋଲି ସୂଚନା ଦେଇଥିଲେ | ଆଉ ୨୦୦୫୯ ଟି ପରିବାରର ଜବକାର୍ଡଧାରୀଙ୍କୁ କାର୍ଯ୍ୟ ଦିଆଯାଇଥିବା ବେଳେ ୫୮୦୮ ଟି ରେ ପରିବାର କାର୍ଯ୍ୟ କରିଛନ୍ତି ଓ ୧୦୦ ଦିନର କାର୍ଯ୍ୟ ୨୩୮ ଟି ପରିବାର, ୨୦୦ ଦିନର କାମ ୧୪ ଟି ପରିବାର କାମ କରିଥିବାର ଏପିଓ ମାନସ କୁମାର ଭୋଇ କହିଛନ୍ତି |

ଏହି ଗାଇସିଲେଟ ବ୍ଲକ ସାମାଜିକ ସମୀକ୍ଷକ ଉମାକାନ୍ତ ସାହୁ ସାମାଜିକ ସମୀକ୍ଷାର ପଂଚାୟତ ସମିତି, ବନ ବିଭାଗ, ଉଦ୍ୟାନ ବିଭାଗ, ଜଳ ଛାୟା ପ୍ରକଳ୍ପରେ ହୋଇଥିବା ବିଭିନ୍ନ ପ୍ରକଳ୍ପର ନଥିପତ୍ର, ଗ୍ରାମ୍ୟ ସମ୍ବଳ ବ୍ୟକ୍ତି ମାନଙ୍କ କ୍ଷେତ୍ର ପରିଦର୍ଶନ ରେ ବାହାରି ଥିବା ୨୦୭ ଟି ଅଭିଯୋଗ ଓ ସମସ୍ୟା ଉପସ୍ଥାପନ କରାଯାଇଥିଲା |

ଏହାସହ ଗ୍ରାମ ସଭାରେ ହୋଇଥିବା ବିଭିନ୍ନ କାର୍ଯ୍ୟ ସମସ୍ୟାର ସମାଧାନ ପାଇଁ ପନ୍ଥା ନିରୂପଣ କରାଯାଇ ଥିଲା | ଏହି ସବୁ ସମସ୍ୟା ଉପରେ ଆଜିର ଏହି ଜନ ଶୁଣାଣିରେ ଆଲୋଚନା ହୋଇଥିଲା |