ଗାଁ ପୋଖରୀରେ ବୁଡ଼ି ବୃଦ୍ଧ ମୃତ

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଚୂନବନ୍ଧ ଗ୍ରାମର ପର୍ଶୁରାମ ସାହୁ (୭୪)ଶୌଚ ହେବାକୁ ନିକଟରେ ଥିବା ଗାଁ ପୋଖରୀକୁ ଯାଇଥିଲା ବେଳେ ଗୋଡ଼ ଖସିଯିବାରୁ ପାଣିରେ ବୁଡି ମୃତ୍ଯୁ ବରଣ କରିଛନ୍ତି |

ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିବାରୁ ପୋଖରୀରେ ବୃଦ୍ଧଙ୍କ ଶରୀର ପାଣିରେ ଭାସୁଥିବାର ଦେଖିବାକୁ ପାଇଥିଲେ |

ତୁରନ୍ତ ପରିବାର ଲୋକ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିବା ବେଳେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି |