କଳାହାଣ୍ଡି ( ସତ୍ୟ ନାରାୟଣ ମହାନନ୍ଦ ) କଳାହାଣ୍ଡି ଜିଲ୍ଲା ନର୍ଲା ବିଧାୟିକା ମନୋରମା ମହାନ୍ତି କେସିଙ୍ଗା ବ୍ଲକ ର କସୃପଡ଼ା,ଘଣ୍ଟଶୋଲା, କିନ୍ଦେରକେଲା, ବିଜଖମନ,ତୁଣ୍ଡଲା, ରଜାପଡ଼ା ଓ ଆହୁରି ଅନେକ ଛୋଟ ଛୋଟ ଗାଁ ମାନଙ୍କୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ବିଧାୟିକା ଙ୍କୁ ପ୍ରତ୍ୟେକ ଗ୍ରାମରେ ଜୋରଦାର ସ୍ଵାଗତ ଜଣାଇଥିଲେ ଲୋକେ ।
ଦୁଃଖ ସୁଖର ସାଥି ବୋଲି ଏହି ଅଞ୍ଚଳ ରେ ଚର୍ଚ୍ଚା ରେ ରହନ୍ତି ଶ୍ରୀମତୀ ମହାନ୍ତି । ସେହିପରି ନିଜ ବିଧାୟକ ପାଣ୍ଠିରୁ ନର୍ଲା ବିଧାନସଭା ମଣ୍ଡଳୀରେ ମିଶିଥିବା କେସିଙ୍ଗା ବ୍ଲକ ର କିଛି ପଞ୍ଚାୟତ ର ଉନ୍ନତି ପାଇଁ ବିକାଶର କାମ ଅନବରତ ଚାଲିଛି । ଅନେକ ଗ୍ରାମରେ ଷ୍ଟ୍ରିଟ ଲାଇଟ ର ସମସ୍ୟା ଦୂର ହୋଇଥିବା ବେଳେ ଅନେକ ଗ୍ରାମରେ ନିଜ ବିଧାୟକ ପାଣ୍ଠିରୁ ନଳକୂପ ଖନନ କରି ଲୋକଙ୍କୁ ଜଳ କଷ୍ଟ ଦୂର କରିଛନ୍ତି ।

ମନୋରମା ଙ୍କ ମୁରୁକି ହସି ଓ ତାଙ୍କ ସମର୍ପିତ ଭାବ ଜନସମର୍ଥନ ର ମୂଳ କାରଣ ବୋଲି କେସିଙ୍ଗା ରେ ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଛି । ସେ ମଙ୍ଗଳବାର ଦିନ ଟଣ୍ଡଲା ଗ୍ରସ୍ତ ସମୟରେ ତୁଣ୍ଡଲା ଧରଣୀଗୁଡ଼ି କୁ ପରିଦର୍ଶନ ରେ ଯାଇ ଯଥା ଶୀଘ୍ର କାମ ସମ୍ପୂର୍ଣ କରିବା ପାଇଁ ଦାଇତ୍ୱ ରେ ଥିବା କେସିଙ୍ଗା ବ୍ଲକ କନିଷ୍ଠ ଯନ୍ତ୍ରୀ ଙ୍କ ସହିତ ଆଲୋଚନା କରିଥିଲେ ।
ଏହି ଗ୍ରସ୍ତ ସମୟରେ ତାଙ୍କ ସହିତ କେସିଙ୍ଗା ବ୍ଲକ ବିଜେଡି ଛାତ୍ର ସଭାପତି ଶୁଭେନ୍ଦୁ କୁମାର ସାହୁ, କସୃପଡ଼ା ପୂର୍ବତନ ସରପଞ୍ଚ ପର୍ଶୁରାମ ପାଢ଼ୀ, ପୂର୍ବତନ ତୁଣ୍ଡଲା ସରପଞ୍ଚ ଭଗବାନ ସାହୁ, ସୁଲତାନ ନନ୍ଦ, ରୋହିତ ସାହୁ, ପ୍ରମିଳା ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।