ଗହଣା ଚୋରି କରୁଥିବା ସମୟରେ ଧରାପଡିଲେ ଅଣ ଓଡ଼ିଆ ଚୋର

ମୟୂରଭଞ୍ଜ ଏକ ଶାନ୍ତି ପ୍ରିୟ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବା ବେଳେ ଏବେ ସେଠାରେ ଅଣ ଓଡ଼ିଆ ଲୁଟେରାଙ୍କ ଜାରି ରହିଛି ଉତ୍ପାତ ।ଦିନକୁ ଦିନ ବଢି ଚାଲିଛି ଲୁଟ୍ ପାଟ୍ । ସେହିଭଳି ମୟୂରଭଞ୍ଜ ଜିଲ୍ଲା ଶୁକୃଳିର ଏକ ଗହଣା ଦୋକାନ ରୁ ଚୋରି କରିଥିବା ସାମଗ୍ରୀ ସହ ଦୁର୍ବୁର୍ତ୍ତ ବିଶୋଇରେ ଧରା ପଡିବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୁଚନା ଅନୁଯାୟୀ ଏକ ଗହଣା ଦୋକାନକୁ ଦୁଇ ଲୁଟେରା ଗହଣା କଣଇବା ବାହାନାରେ ଦୋକାନକୁ ଯାଇଥିଲେ । ଏବଂ ସେଠାରୁ କୌଶଳ କ୍ରମେ ସେହି ଦୋକାନରୁ କିଛି ଗହଣା ଚୋରି କରି ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଯାହା ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଥିଲା । ତେବେ ଗହଣା ଦୋକାନୀ ଲୁଟେରାଙ୍କ ଫୋଟ ସୋସିଆଲ ମିଡିଆ ରେ ଛାଡିଥିଲେ। ପୁଣି କିଛି ଦିନ ବ୍ୟବଧାନ ପରେ ଗତକାଲି ସେହି ଦୁଇ ଲୁଟେରା ବିଶୋଇ ଶୁଭଲକ୍ଷ୍ମୀ ଗହଣା ଦୋକାନକୁ ସମାନ ଢଙ୍ଗରେ ଚୋରୀ କରିବାକୁ ଉଦ୍ୟମ କରୁଥିବା ବେଳେ ଦୋକାନୀର ସନ୍ଦେହ ହୋବାରୁ ପୋଲିସ ଖବର ଦେଇଥିଲେ । ପରେ ଦୁଇ ଲୁଟେରାଙ୍କୁ କାବୁ କରିଥିଲା ବିଶୋଇ ଥାନା ପୋଲିସ । ତେବେ ଦୁଇ ଲୁଟେରା ମଧ୍ୟପ୍ରଦେଶର ଟେରା ମିଆଜ ସାମ ହୁସେନ (୨୦)ଓ ମହମ୍ମଦ ଅଲ୍ଲୀ (୨୨) ହୋଇଥିବା ବେଳେ ସେମାନଙ୍କ ନିକଟରୁ ଏକ ବାଇକ୍, କିଛି ସୁନା ଓ ନଗଦ ଟଙ୍କା ଜବତ କରାଯାଇଛି ।

Leave a Reply

Your email address will not be published. Required fields are marked *