ସାରା ଦେଶ ବର୍ତ୍ତମାନ ଉତ୍ସବରେ ମାତିଥିବା ବେଳେ ସାମ୍ନାକୁ ଆସିଛି ଏକ ଦୁଖଦ ଖବର । ଗୋଟିଏ ଦିନରେ ହୃଦଘାତରେ ପ୍ରାଣ ହରାଇଛନ୍ତି ୧୦ ଜଣ । ଏମିତି ଘଟଣା ଘଟିଛି ଗୁଜୁରାଟରେ । ମା ଦଶଭୂଜାଙ୍କ ଆରାଧନା ଚାଲଥିବା ବେଳେ, ଏହି ଅବସରରେ ଗୁଜରାଟର ପ୍ରସିଦ୍ଧ ଗରବା ନୃତ୍ୟ ଅନୁଷ୍ଠିତ ହୋଇଥାଏ । ହେଲେ କିଏ ଜାଣିଥିଲା ଗରବା ଭଳି ନାଚ-ଗୀତର କାର୍ଯ୍ୟକ୍ରମ ଏତେ ଜୀବନ ନେଇଯିବ ବୋଲି ।
ଗୁଜୁରାଟୀ ଲୋକଙ୍କ ଏକ ବିଶେଷ ପର୍ବ ହେଉଛି ଗରବା । ନବରାତ୍ରରେ ସେମାନେ ପାରମ୍ପରିକ ପୋଷାକ ପରିଧାନ କରି ଗରବା ନାଚନ୍ତି । ହେଲେ ଏଭଳି ଏକ ଖୁସିର ମାହୋଲରେ ଏତେ ଲୋକଙ୍କ ଜୀବନ ଚାଲିଯିବ, ତାହା କେହି କେବେ କଳ୍ପନା କରିନଥିଲେ । ମୃତ୍ୟୁବରଣ କରିଥିବା ୧୦ ଜଣଙ୍କ ମଧ୍ୟରେ ଅଛନ୍ତି ଛୋଟ ପିଲା, ଯୁବକ ଓ ବୃଦ୍ଧ-ବୃଦ୍ଧା । ଏପରି ଅଘଟଣ ପରେ ରାଜ୍ୟ ସରକାର ତତ୍ପରତା ଦେଖାଇଛି । ଏପରି ଉଦବେଗଜନକ ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏବଂ ଆୟୋଜକ ମାନେ ସତକର୍ତା ଅବଲମ୍ବନ କରିଛନ୍ତି । ରାଜ୍ୟ ସରକାର ଗରବା ନାଚ ଚାଲିଥିବା ସ୍ଥାନ ଗୁଡିକ ପାଖରେ ସତର୍କତା ଅବଲମ୍ବନ କରିଛନ୍ତି । ଗରବା କାର୍ଯ୍ୟକ୍ରମ ହେଥିବା ସ୍ଥାନ ନିକଟରେ ଥିବା ସମସ୍ତ ସରକାରୀ ଡାକ୍ତରଖାନା ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର ।