ଗଦର ୨ ବକ୍ସ ଅଫିସ୍ କଲେକ୍ସନ ଡେ ୧୭ : .୧୦୦,୨୦୦,୩୦୦,୪୦୦ ପରେ, ବର୍ତ୍ତମାନ ତାରା ସିଂଙ୍କ ଆଖି ୫୦୦ କୋଟି ଉପରେ

ଗଦର ୨ ରିଲିଜ୍ ହେବାର ୧୭ ଦିନ ବିତିସାରିଲାଣି | ସନି ଦେଓଲ ଏବଂ ଅମିଶା ପଟେଲଙ୍କ ଫିଲ୍ମ ପ୍ରତ୍ୟକ ଦିନ ଧମାକାଦାର ରୋଜଗାର କରିଚାଲିଛି । ଗଦର ୨ର ଆକର୍ଷଣୀୟ ରୋଜଗାର ମଧ୍ୟ ଅନେକ ରେକର୍ଡ ସୃଷ୍ଟି କରିଚାଲିଛି | ରିଲିଜ୍ ହେବାର ୧୭ ଦିନ ପରେ ମଧ୍ୟ ତାରା ସିଂଙ୍କ କ୍ରେଜ୍ ଦର୍ଶକଙ୍କ ମଧ୍ୟରେ ସେମିତି ରହିଛି | ୧୭ ତମ ଦିନ ଗଦର ୨ର ତୃତୀୟ ରବିବାର ଥିଲା | ତୃତୀୟ ରବିବାରରେ ମଧ୍ୟ ଚଳଚ୍ଚିତ୍ରଟି ଦମଦାର କଲେକ୍ସନ କରିଛି | ଯାହା ଫଳରେ ସନି ଦେଓଲଙ୍କ ଫିଲ୍ମ ୫୦୦ କୋଟିର କ୍ଳବରେ ସାମିଲ ହୋଇଯାଇଛି |

ଗଦର ୨ ତୃତୀୟ ରବିବାରରେ ୧୭ କୋଟି ଟଙ୍କା ରୋଜଗାର କରିଛି | ଯାହା ପରେ ଫିଲ୍ମର ମୋଟ ରୋଜଗାର ୪୫୬.୯୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି | ଅନ୍ୟପକ୍ଷରେ, ବିଶ୍ୱବ୍ୟାପୀ ସଂଗ୍ରହ ବିଷୟରେ ଯଦି କହିବା ସନି ଦେଓଲଙ୍କ ଫିଲ୍ମ ୫୦୦ କୋଟିରୁ ଅଧିକ ଆୟ କରିସାରିଛି, ଯାହା ପରେ ଫିଲ୍ମ ପଠାନର ରେକର୍ଡ ଭାଙ୍ଗିବାକୁ ଅପେକ୍ଷା କରିଛି। ଯଦିଓ ଗଦର ୨ ହିନ୍ଦୀ ସିନେମାର ତୃତୀୟ ସର୍ବାଧିକ ଆୟକାରୀ ଚଳଚ୍ଚିତ୍ର ହୋଇପାରିଛି | ଏହି ଚଳଚ୍ଚିତ୍ର ତୃତୀୟ ସପ୍ତାହର ଶୁକ୍ରବାର ଦିନ ୭.୧୦ କୋଟି, ଶନିବାର ଦିନ ୧୩.୭୫ ଟଙ୍କା ଏବଂ ରବିବାର ୧୭ କୋଟି ଟଙ୍କା ଆୟ କରିଛି।

ଆମେ ଆପଣଙ୍କୁ କହିରଖୁଛୁ ଯେ ଗଦର ୨ ହେଉଛି ୨୦୦୧ ଗଦର(ଏକ ପ୍ରେମ କଥା)ର ଏକ ସିକ୍ୱେଲ, ଯେଉଁଥିରେ ସନ୍ନି ଦେଓଲ, ଅମିଶା ପଟେଲ ଏବଂ ଉତ୍କଳ ଶର୍ମା, ସିମରତ କୌର , ମନୀଷ ୱାଡୱା ଏବଂ ଲୁଭ ସିହ୍ନା ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ଏକାସାଙ୍ଗରେ ଏହାର ଦୁଇଟି ଗୀତ ପ୍ରଥମ ଚଳଚ୍ଚିତ୍ରରୁ ଆସିଛି, ଯାହାକୁ ସଂଶୋଧିତ କରାଯାଇଛି | ଚଳଚ୍ଚିତ୍ର ଗାଦର ୨ ଚଳିତ ମାସ ୧୧ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ​​| ଯାହା ଏହାର ପ୍ରଥମ ଦିନରେ ରୋଜଗାରର ଅନେକ ରେକର୍ଡ ଭାଙ୍ଗିଛି |

Leave a Reply

Your email address will not be published. Required fields are marked *