
ଭଦ୍ରକ ଜିଲ୍ଲା ଘଣ୍ଟେଶ୍ବର ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ମାତୃଭୂମି ପାଇଁ ଗଣଦୌଡ କାର୍ଯ୍ୟକ୍ରମ ଲାଗି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମ ବଡ଼ ଧୁମଧାମରେ ଘଣ୍ଟେଶ୍ବରରୁ ମେଢ଼ ଗୁଡ଼ିକ ସୁସଜ୍ଜିତ କରାଯାଇ ଭଦ୍ରକ ଅଭିମୁଖେ ବାହାରିବ । ଚଳିତ ବର୍ଷ ସମ୍ପୁର୍ଣ୍ଣ ନିଆରା ଢଙ୍ଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ଘଣ୍ଟେଶ୍ବର ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ କୁହଯାଇଛି।

ହିନ୍ଦୁ ଧର୍ମକୁ ରକ୍ଷା କରିବା, ହିନ୍ଦୁତ୍ବକୁ ରକ୍ଷାକରିବା, ମାତୃଭୂମିର ସ୍ବାଭିମାନକୁ ରକ୍ଷା କରିବା ନିମନ୍ତେ ଆସନ୍ତା ୩୧ ରୁ ସକାଳ ୭ ଘଟିକା ସମୟରେ ମହିମା ମଣିଙ୍କ ମନ୍ଦିର ପ୍ରାଙ୍ଗଣରୁ ଆରମ୍ଭ ହୋଇ ସମଗ୍ର ଘଣ୍ଟେଶ୍ବର ଅଞ୍ଚଳ ପରିକ୍ରମା କରି ନୂଆସାହି ଗ୍ରାମ ନିକଟରେ ଗଣଦୈଡ ଶେଷ ହେବାର କାର୍ଯ୍ୟକ୍ରମ ରହିଛି।

ଏହି ଶୋଭାଯାତ୍ରାରେ ଶହ ଶହ ସଂଖ୍ୟାରେ ରାମ ଭକ୍ତ, ଯୁବକ, ଛାତ୍ର, ମହିଳା ଓ ବୁଦ୍ଧିଜୀବିମାନେଯୋଗ ଦେବେ । ଏହି ସାମ୍ବାଦିକ ସମ୍ମିଳନୀରେ ରାମନବମୀ ସମିତିର ସଭାପତି କୃଷ୍ଣ ଚନ୍ଦ୍ର ନାୟକ, ସମ୍ପାଦକ ଲୋକନାଥ କର, ହରିଶ୍ଚନ୍ଦ୍ର ମହାଳିକ,ବିକ୍ରମ କେଶରୀ ପରିଡ଼ା,ନିତ୍ୟାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।