ଗଛ ପତ୍ର ସବୁ ଗଣା ହଉଥିଲେ କିନ୍ତୁ, ଆମେ ଗଣା ହଉ ନଥିଲୁ: ମୀରା ପରିଡା

ମାୟାଧରରୁ ମୀରା। ଏ ଯାତ୍ରା ରେ ସେ ଅନେକ ଯନ୍ତ୍ରଣା ଭୋଗିଛନ୍ତି । ଅନେକ ସଂଘର୍ଷ କରିଛନ୍ତି । କିନ୍ତୁ ହାରିଯାଇନାହାନ୍ତି । ଅନେକ ନିନ୍ଦା ଅପବାଦ ପରେ ବି ସେ ନିଜକୁ ପ୍ରତିଷ୍ଠିତ କରି ପାରିଛନ୍ତି । ଜଣେ ପୁରୁଷ ହୋଇ ମଧ୍ୟ ନିଜ ଭିତରେ ସେ ଏକନାରୀ ସ୍ବଭାବ ଦେଖିବାକୁ ପାଇଥିଲେ । ଆଉ ତାପରେ ରକ୍ଷଣଶୀଳ ସମାଜ ତରଫରୁ ଆରମ୍ଭ ହୋଇଯାଇଥିଲା ତାଙ୍କ ପ୍ରତି ଅକଥନିୟ ନିର୍ଯାତନା । କିନ୍ତୁ ଆଜି ସେ ନିଜର ଏମିତି ଏକ ପରିଚୟ ସୃଷ୍ଟି କରିଛନ୍ତି ଯାହା ତାଙ୍କୁ ମା ର ପରିଚୟ ଦେଇଛି । , ଆଉ ଅଗଣିତ ନିରାଶ୍ରୟ ଏବଂ କିନ୍ନର ମାନଙ୍କ ପାଇଁ ହୋଇଯାଇଛନ୍ତି ମୀରା ମା । ସେ ବିଜୁ ଜନତା ଦଳର ମହିଳା ମୋର୍ଚ୍ଚା ମଣ୍ଡଳିର ଉପ ସଭାପତି ହେବା ପରେ ସମାଜରେ ଟ୍ରାନ୍ସ ଜେଣ୍ଡରଙ୍କ ପ୍ରତି ବଦଳିଥିଲା ଦୃଷ୍ଟିଭଙ୍ଗି । ଆଉ ସେ ସାଜିଥିଲେ ସେମାନଙ୍କ ପାଇଁ ଢାଲ । ଏମିତି ଅନେକ ସଂଘର୍ଷ ରୁ ସଫଳତାର କାହାଣି ନେଇ ଦେଖନ୍ତୁ ମୀରା ପରୀଡାଙ୍କ ସହ ଏହି ସ୍ବତନ୍ତ୍ର ସାକ୍ଷାତକାର…..

Leave a Reply

Your email address will not be published. Required fields are marked *