
ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ହଜ ସ୍ଥିତ ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପରିସରରେ ତୁଳସୀ ପୂଜନ ଓ ପିତୃମାତୃ ପୂଜନ ଉତ୍ସବ ସମାରୋହ ପାଳିତ ହୋଇଛି | ପ୍ରଥମେ ପ୍ରଦୀପ ପ୍ରଜ୍ବଳନ ପରେ ତୁଳସୀ ମାତା ପୂଜନ, ପିତୃ ମାତୃ ପୂଜନ, ଭକ୍ତି ପୁଷ୍ପାଞ୍ଜଳି ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଆୟୋଜିତ ସଭାରେ ପୂର୍ବତନ ପ୍ରଧାନ ଶିକ୍ଷୟତ୍ରୀ କୁଶୁମାଞ୍ଜଳି ସିଂଦେଓଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ସଂଚାଳକ ଅଭିରାମ ଭାଇ, ମୁଖ୍ୟ ବକ୍ତା ଜ୍ଞାନରଞ୍ଜନ ବାରିକ, ସମ୍ମାନିତ ଅତିଥି ସୁଶାନ୍ତ ଭାଇ, ସରପଞ୍ଚ ଦମୟନ୍ତୀ ସାମନ୍ତରାୟ, , ହଜ ଗ୍ରାମ ପଞ୍ଚାୟତ ବିଭୂତି ଭୂଷଣ ଦାଶ, ଉପଦେଷ୍ଟା ପ୍ରଣୟ କୁମାର ଜୟସିଂହ, କୋଷାଧ୍ୟକ୍ଷ ରମାକାନ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ |

ଭାରତୀୟ ସଂସୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ସହିତ ପିତାମାତା ହେଉଛନ୍ତି ମାର୍ଗଦର୍ଶକ ବୋଲି କହିଥିଲେ | କାର୍ଯ୍ୟକ୍ରମର ଆବାହକ ତଥା ସମ୍ପାଦକ ଦୀପକ କୁମାର ଦାଶ ସ୍ଵାଗତ ଭାଷଣ ଓ ଦିବସର ତାତ୍ପର୍ଯ୍ୟ ସମ୍ବନ୍ଧରେ ଆଲୋକପାତ କରିଥିବାବେଳେ ପ୍ରଧାନ ଶିକ୍ଷୟତ୍ରୀ ସୁଲୋଚନା ଭଞ୍ଜ ଅନୁଷ୍ଠାନର ବାର୍ଷିକ ବିବରଣୀ ପାଠ କରିଥିଲେ। କୁନି କୁନି ପିଲା ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

ସମସ୍ତ ଶିକ୍ଷାର୍ଥୀ ମାନେ ପିତାମାତା ମାନଙ୍କୁ ପୂଜା କରିବାର ଅପୂର୍ବ ଦୃଶ୍ୟ ଅତ୍ୟନ୍ତ ହୃଦୟସ୍ପର୍ଶି ଥିଲା । ବାପା ମାଆମାନେ ପିଲାମାନଙ୍କ କ୍ୟାରିଅର ଠାରୁ କ୍ୟାରେକ୍ଟର କୁ ଅଧିକ ଗୁରୁତ୍ଵ ଦିଅନ୍ତୁ ଏଵଂ ଆମେ ଯେପରି ସେମାନଙ୍କୁ ଗଢାଯିବ ସେମାନେ ସେହିପରି ହେବେ ବୋଲି ମୁଖ୍ୟ ବକ୍ତା କହିଥିଲେ |