ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକରେ ଚୋରା ମଦ ବିକ୍ରୀକୁ ବିରୋଧ

ଚୋରା ମଦ ବିକ୍ରି କୁ ନେଇ ମହିଳାଙ୍କ ବିରୋଧ। ଏଭଳି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ । ଚନ୍ଦ୍ରାପୁଟ ଓ ବଡ଼କୂଳ ମଝିର ରୋଡ଼ ଦୁଇ ପାର୍ଶ୍ଵରେ ଥିବା କିଛି ଘର ମାନଙ୍କରେ ବେଆଇନ ଭାବେ ଦେଶୀ ଆଉ ବିଦେଶୀ ମଦ ବେପାର ଚାଲିବାକୁ ନେଇ ବିରୋଧ ।ସୁଚନା ଅନୁୟାୟୀ କିଛି ବର୍ଷ ହେଲା ଅବୈଧ ମଦ ବେପାର ଯୋଗୁ ବିଭିନ୍ନ ଘଟଣା ଦୁର୍ଘଟଣା ଘଟିବା ସହ ଘରେ ଘରେ ଅଶାନ୍ତର ବାତାବରଣ ସୃଷ୍ଟି ହେଉଥିଲା । ଉକ୍ତ ରାସ୍ତାରେ ପ୍ରତିଦିନ ହଜାର ହଜାର ସାଧାରଣ ଲୋକ ଏବଂ ସ୍କୁଲ କଲେଜକୁ ପିଲା ପାଠ ପଢିବା ପାଇଁ ଯାଉଥିବା ବେଳେ ନିଶାଡିକ ଦୁର୍ବବ୍ୟହାରର ଶୀକାର ମଧ୍ୟ ହେଉଥିଲେ । ଏ ନେଇ ମହିଳାମାନେ ଏକତ୍ରିତ ହୋଇ ଅଠର ବାଟିଆ ଓ ବଡକୂଳ ସରପଞ୍ଚଙ୍କ ଉପସ୍ଥିତ ରେ ମଦ ବିକ୍ରି ସ୍ଥାନକୁ ଯାଇ ବିରୋଧ କରିଥିଲେ । ଏବଂ ଘଟଣା ସ୍ଥଳରୁ ଚୋରା ମଦ ବେପାରୀ ଙ୍କ ଘରୁ କିଛି ମଦ ଆଣି ନାଭାଲ ଫାଣ୍ଡି ପୋଲିସ କୁ ଜିମା ଦେଇ ଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *