ଖୋର୍ଦ୍ଧାରେ ସକ୍ରିୟ ହେଲେ ନିଶା ମାଫିଆ

ଖୋର୍ଦ୍ଧାରେ ନିଶା ମାଫିଆ ପୁଣି ସକ୍ରିୟ ହୋଇ ଉଠିଛନ୍ତି। ନିଶା କାରବାର କୁ ରୋକିବା ଲାଗି ପୋଲିସ ଟିମ୍ ମଧ୍ୟ ଧରପାଗଡ ଜାରି ରଖିଛନ୍ତି। ଗତ କାଲି ଖୋର୍ଦ୍ଧା ଏସପି ସାଗରିକା ନାଥ ଙ୍କ ନିର୍ଦ୍ଧେଶ କ୍ରମେ ଏକ ଟିମ୍ ବିଶ୍ଵସ୍ତ ସୂତ୍ର ରୁ ଖବର ପାଇ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଟାଙ୍ଗିଆ ପଡ଼ା ଅଞ୍ଚଳ ରେ ଏକ ମନ୍ଦିର ପାଖ ରେ ବ୍ରାଉନ ସୁଗାର କାରବାର ଚାଲିଥିବା ସମୟ ରେ ବାସୁଦେବ ଜୟସିଂହଁ ଚଢ଼ାଉ କରିଥିଲେ। ଏହି ଘଟଣା ରେ ପୋଲିସ ୩୨୦ଗ୍ରାମ ବ୍ରାଉନ ସୁଗାର ଜବତ କରିଛି। ୨ଜଣ ପେଶାଦାର ନିଶା ମାଫିଆ ଙ୍କୁ ଗିରଫ କରିବା ସହ ୨ଟି ବାଇକ୍,୨ଟି ମୋବାଇଲ ଜବତ କରାଯାଇଛି। ଜବତ ବ୍ରାଉନ ସୁଗାର ର ମୂଲ୍ୟ ୩୨ଲକ୍ଷ ଟଙ୍କା ହେବ। ଗତ ତିନି ମାସ ଭିତରେ ଜିଲ୍ଲା ପୋଲିସ ବିଭିନ୍ନ ଅଞ୍ଚଳ ରୁ ୭୮୨ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ୩୦ଜଣ ନିଶା ମାଫିଆ ଙ୍କୁ ଗିରଫ କରାଯାଇ ତଦନ୍ତ ଚାଲିଛି ବୋଲି ଏସପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି।