ଖୁବଶୀଘ୍ର କଳାହାଣ୍ଡିକୁ ଉଡ଼ିବ ବିମାନ

ଓଡ଼ିଶା ପାଇଁ ଆଉ ଏକ ଖୁସି ଖବର। ରାଜ୍ୟର ଆଉ ଏକ ବିମାନ ବନ୍ଦରରୁ ବିମାନ ଉଡାଣ ନେଇ ଡିଜିସିଏ ପକ୍ଷରୁ ଅନୁମତି ମିଳିଛି ।

କଳାହାଣ୍ଡିବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି । ଏହା ସହିତ କଳାହାଣ୍ଡିର ପରିଚୟ ମଧ୍ୟ ବଦଳିଛି । ମୁଖ୍ୟମନ୍ତ୍ରୀଙ୍କ ପାଇଁ କଳାହାଣ୍ଡି ନୂଆ ପରିଚୟ ପାଇଛି । କଳାହାଣ୍ଡିବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ବହୁ ପ୍ରତିକ୍ଷିତ ଉତ୍କେଲା ଏୟାରପୋର୍ଟରୁ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି। କେନ୍ଦ୍ର ସରକାରଙ୍କ ‘ଉଡ଼ାନ୍’ ଯୋଜନାରେ ଏହାର ଭିଭିଭୂମି ପ୍ରସ୍ତୁତି ପ୍ରାୟ ଶେଷ ହୋଇଥିବାବେଳେ DGCA ବିମାନ ଉଡ଼ାଣ ନିମନ୍ତେ ଗ୍ରୀନ ସିଗ୍ନାଲ ଦେଇଛନ୍ତି। ଏହା’ସହ ବିମାନ ଚଳାଚଳ ପାଇଁ DGCA ଲାଇସେନ୍ସ ପ୍ରଦାନ କରିଛନ୍ତି।

ସୂଚନା ଅନୁସାରେ, ଗତମାସରେ ଡିଜିସିଏ ଟିମ୍ କଳାହାଣ୍ଡିର ଉତକେଲା ବିମାନ ବନ୍ଦର ଆସି ବିମାନ ଉଡାଣ ପାଇଁ ସ୍ଥିତି ଅନୁଧ୍ୟାନ କରି ଯାଇଥିଲେ । ପରବର୍ତ୍ତୀ ସମୟରେ ସେଠାରେ ଉଡାଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଖୁସି ପ୍ରକାଶ କରିବା ସହ ଖୁବ୍‌ଶୀଘ୍ର ଭବାନୀପାଟଣାରୁ ଭୁବନେଶ୍ୱରକୁ ବିମାନ ଉଡ଼ିବ ବୋଲି ଟ୍ବିଟରେ ଉଲ୍ଲେଖ କରିଛନ୍ତି। ବିମାନ ବନ୍ଦରରୁ ବିମାନ ସେବା ଆରମ୍ଭ ହେବ ପରେ ରାଜ୍ୟରେ ଯୋଗାଯୋଗ, ବାଣିଜ୍ୟ ଓ ପର୍ଯ୍ୟଟନ ମଧ୍ୟ ସୁଦୃଢ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *