ଖମାର ଗ୍ରାମରେ ବନ୍ଦ କୋଠରୀରୁ ବାପା,ଝିଅ ଓ ନାତିଙ୍କ ମୃତଦେହ ଉଦ୍ଧାର

ଢେଙ୍କାନାଳ ସଦର ଥାନା ଖମାର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଗ୍ରାମରେ ଏକ ବନ୍ଦ କୋଠରୀରୁ ଗୋଟିଏ ପରିବାରର ୩ ଜଣ ଅର୍ଥାତ ବାପା, ଝିଅ ଏବଂ ନାତିଙ୍କର ମୃତଦେହ ଠାବ କରାଯାଇଛି । ସେମାନେ ତିନିଜଣ ଯାକ ଘରେ ୨ଟି କୋଠରୀରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ୩ ଦିନ ହେବ ମୃତ୍ୟୁ ହୋଇ ଯାଇଥିବାରୁ ମୃତଦେହରୁ ଦୁର୍ଗନ୍ଧ ବାହାରିବା ପରେ ଘଟଣା ବିଷୟରେ ଜଣାପଡ଼ିଥିଲା । ଖବର ପାଇ ସଦର ଥାନା ପୋଲିସ ଗ୍ରାମରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛି । ମୃତ୍ଯୁର କାରଣ ଅସ୍ପଷ୍ଟ ରହିଛି ।

ମୃତ ୩ ଜଣଙ୍କ ମଧ୍ୟରେ ବାପା ଶଙ୍କର୍ଷଣ ଦାସ, ଝିଅ ସୁବର୍ଣ୍ଣ ଦାସ ଓ ନାତି ସନ୍ତୋଷ ଦାସ ଅଛନ୍ତି । ଦୁଃଖର କଥା ସେହି ଘରେ ମଧ୍ୟ ୩ଦିନ ହେବ ଶଙ୍କର୍ଷଣଙ୍କ ପତ୍ନୀ ପୁଷ୍ପାଞ୍ଜଳୀ ଦାସ ରହିଥିଲେ । ପୁଷ୍ପାଞ୍ଜଳୀ ମଧ୍ୟ ମୃତ୍ୟୁ ବିଷୟରେ କୌଣସି ସଠିକ୍ କଥା କହିପାରୁ ନାହାନ୍ତି । ସେ ଗ୍ରାମବାସୀଙ୍କୁ ଜଣାଇଥିଲେ ବି ଗ୍ରାମବାସୀ ମାନେ ତାଙ୍କ କଥା କେହି ଶୁଣି ନଥିବା କଥା ସେ କହିଛନ୍ତି । ଗ୍ରାମର କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ପରିବାର ଲୋକେ ଯୋଗ ଦେଉ ନ ଥିବା ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ମୃତଦେହ ଗୁଡିକୁ ଜବତ କରି ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ସଦର ପୋଲିସ । ଏହାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *