କଳାହାଣ୍ଡି : କେସିଙ୍ଗା ବ୍ଲକ ଗାଈଗାଁ ପଞ୍ଚାୟତ ର ଖମାରି ଗ୍ରାମର ଗୌନ୍ତିଆ ଙ୍କ ନେତୃତ୍ୱ ରେ ଖମାରୀ ଓ ନର୍ଲା ବ୍ଲକ ଅଧିନସ୍ତ ଧୂବେନ ଗ୍ରାମର ଦୁଇ ମୁଖିଆ ଙ୍କ ମିଳିତ ଆନୁକୂଲ୍ୟରେ ମା’ ବନ୍ଧଖଣି ଏବଂ ମା’ ଉଷାବାହାଲେନ ଙ୍କ ଦଶହରା ପର୍ବ ବେଶ ଧୂମଧାମ ରେ ପାଳିତ ହୋଇଯାଇଛି | ସୂଚନାଅନୁସାରେ, ଏହି ଦୁଇ ଗ୍ରାମରେ ପୂର୍ବପୁରୁଷ ରୁ ଶତାଧିକ ବର୍ଷ ରୁ ରୀତିନୀତି ଅନୁସାରେ ଦଶହରା ପର୍ବ ପାଳନ କରାଯାଉଛି | ମା’ ବନ୍ଧଖଣି ଓ ମା’ ଉଷାବାହାଲେନ ଙ୍କ ଆଶ୍ରିବାଦ ରୁ ଶ୍ରଦ୍ଧାଳୁ ଙ୍କ ମାନସିକ ପୂରଣ ହୋଇଥାଏ ଏବଂ ଏହି ପର୍ବକୁ ଦେଖିବା ପାଇଁ ସ୍ଥାନୀୟ ଜନସାଧାରଣ ବେଶ ଉତ୍ସାହ ଥିବା ଦେଖିବାକୁ ମିଳୁଛି | ନିଜର ମାନସିକତା ପୂରଣ କରିବା ସହ ଦେବୀ ଆଶ୍ରିବାଦ ଲାଭ କରିବା ପାଇଁ ଦୂରଦୁରାନ୍ତରରୁ ଭକ୍ତମାନଙ୍କର ସମାଗମ ହୋଇଥିଲା |