ଖଜୁରିଆ ଜାତି ସମାଜ ମହାସଂଘ ଅଧିବେଶନ ଅନୁଷ୍ଠିତ

ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର କିଶୋର ନଗର ବ୍ଲକ ନାକିଚି ପଞ୍ଚାୟତ ଜୟଗଡ ବଙ୍ଗଳାଠାରେ ଖଜୁରିଆ ସମାଜ ମହାସଂଘ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ସଭାପତି ନବ ବେହେରା, ସମ୍ପାଦକ ପବିତ୍ର ବେହେରାଙ୍କ ଆହ୍ଵାନ କ୍ରମେ ଆଠମଲ୍ଲିକ ଉପଖଣ୍ଡସ୍ତରୀୟ ଅଧିବେଶନରେ ଖଜୁରୀଆ ସମାଜର ସାମୂହିକ ବିକାଶ ପାଇଁ ଭିତ୍ତିଭୂମି ସୁଦୃଢ କରିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ପୂର୍ବତନ ଅନୁଗୋଳ ଜିଲ୍ଲାପରିଷଦ ଅଧ୍ଯକ୍ଷା ସସ୍ମିତା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଭାକୁ ଉଦ୍ଘାଟନ କରିଥିଲେ । ସମସ୍ତଙ୍କ ସହ ସମାନ ହୋଇ ମଣିଷ ପରି ମଣିଷ ବଞ୍ଚିବାକୁ ସମ୍ୱିଧାନ ଦେଇଥିବା ଅଧିକାର କିପରି ହାସଲ କରାଯାଇ ପାରିବ ତା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଅନ୍ୟପଟେ ଖଜୁରିଆ ସମାଜ ଆଗରେ ପ୍ରତିବନ୍ଧକ ହୋଇ ଠିଆ ହୋଇଥିବା ସରକାରୀ ନୀତି ନିୟମ ଦୂର କରିବା ଦିଗରେ ସମସ୍ତେ ଏକତ୍ରିତ ହୋଇ କାମ କରିବାକୁ ଏଠାରେ ଉପସ୍ଥିତ ବ୍ୟକ୍ତିମାନେ ମତ ଦେଇଥିଲେ। ଏହି ସମାବେଶରେ ଖଜୁରୀଆ ସମାଜର ୨୦୦ ରୁ ଉର୍ଦ୍ଧ ସଦସ୍ୟ ଯୋଗଦେଇଥିଲେ । ଖଜୁରୀଆ ମହାସଂଘର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ଆମନ୍ତ୍ରିତ ଅତିଥିମାନେ ବିଭିନ୍ନ ପ୍ରକାର ବକ୍ତବ୍ୟ ପ୍ରଦାନ କରି ଉପସ୍ଥିତ ଜାତିଭାଇଙ୍କୁ ସଚେତନ କରିଥିଲେ।

Leave a Reply

Your email address will not be published. Required fields are marked *