କ୍ଷେତ୍ରେଶ୍ୱରୀ ମା ବିରଜାଙ୍କର ରଥପ୍ରତିଷ୍ଠା

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ରଥଯାତ୍ରା ଆଜି ଠାରୁ ଆରମ୍ଭ ହୋଇଛି । ମା ବିରଜାଙ୍କର ନବଦିବସୀୟ ରଥଯାତ୍ରା ପାଇଁ ଉତ୍ସବ ମୁଖର ସମଗ୍ର ଅଂଚଳ । ପାରମ୍ପରିକ ରିତି ନିତି ଅନୁଯାୟୀ ରଥ ପୂଜା ଆରମ୍ଭ ହେବା ପରେ ରଥ ପ୍ରତିଷ୍ଠା କରାଯାଇଥିଲା । ଏହାପରେ ମାଙ୍କ ଚଳନ୍ତି ପ୍ରତିମାଙ୍କୁ ରଥାରୁଢ଼ ହେବା ପରେ ରଥା ଟଣା କାର୍ୟ୍ୟକ୍ରମ କରାଯାଇଥିଲା । ତେବେ ଆସନ୍ତାକାଲି ଠାରୁ ୮ଦିନ ଯାଏ ପ୍ରତ୍ୟେହ ସଂଧ୍ୟାରେ ରଥ ମନ୍ଦୀରର ବେଢ଼ା ପରିକ୍ରମା କରିବ । ବିଶ୍ୱାସ ରହିଛି ଯେ ଏହି ନଅଦିନ ଧରି ଚାଲିଥିବା ପୂଜା ସମୟରେ ମାଙ୍କ ମୁଖ ଦର୍ଶନ କଲେ କୋଟି ଜନ୍ମର ପୂଣ୍ୟ ମିଳିଥାଏ । ଅନ୍ୟପଟେ ରଥରେ ମାଙ୍କୁ ଦର୍ଶନ କରିବା ପାଇଁ ଶ୍ରଦ୍ଦାଳୁଙ୍କ ଭିଡ ଜମିଥିଲା ।ମାତ୍ରଧିକ ଶ୍ରଦ୍ଧାଳୁଙ୍କ ଭିଡକୁ ଲକ୍ଷ୍ୟ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା । ମା ବିରାଜାଙ୍କ ଶାରଦୀୟ ଉତ୍ସବ କୁ ଶାନ୍ତି ଶୃଙ୍ଖଳା ରେ ସାରିବାକୁ ମନ୍ଦିର ପ୍ରଶାସନ ପ୍ରସ୍ତୁତ ଥିବା କହିଛନ୍ତି ମନ୍ଦିର ଟ୍ରଷ୍ଟି ତଥା ଉପଜିଲ୍ଲାପାଳ ।

Leave a Reply

Your email address will not be published. Required fields are marked *