କେନ୍ଦ୍ରାପଡ଼ା: ଦିବଂଗତ ବିଜେଡି ନେତା ଅସିତ ମହାପାତ୍ରଙ୍କ ସ୍ମୁତିଚାରଣ ଉଦ୍ଦେଶ୍ୟରେ ପାଟକୁରା ହରିଦାସପୁର ଠାରେ ଅସିତ ମେମୋରିଆଲ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି | ଅସିତ ମହାପାତ୍ରଙ୍କ ଦୁଇ ପୁତ୍ର ଆକାଶ ଓ ଅକ୍ଲାନ୍ତଙ୍କ ମିଳିତ ଉଦ୍ୟମ ଓ ଗ୍ରାମବାସୀଙ୍କ ସହାୟତାରେ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଜାରି ରହିଥିଲା | ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରତିଭାବାନ କ୍ରିକେଟର ମାନେ ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ | ଫାଇନାଲ ମ୍ୟାଚ କୋଲର ଭରସେସ ବଲିହନ୍ତା କ୍ରିକେଟ ଟିମ ଭିତରେ ଆୟୋଜିତ ହୋଇଥିଲା | ବଲିହନ୍ତା କ୍ରିକେଟ ଟିମ କୋଲରକୁ ହରାଇ ଚଳିତ ବର୍ଷ ଚମ୍ପିୟାନ ହୋଇଥିଲା | ଟୁର୍ଣ୍ଣାମେଣ୍ଟରେ ବେଶ ଆକର୍ଷଣୀୟ ଛକା ଚଉକା ଓ ୱିକେଟ ଦେଖିବାକୁ ମିଳିଥିଲା | ଫାଇନାଲ ମ୍ୟାଚରେ ବରିଷ୍ଠ ନେତା ବିଜୟ ମହାପାତ୍ର ଯୋଗ ଦେଇ ଖେଳାଳିମାନଙ୍କୁ ଓ ବିଜେତା ଟିମକୁ ପୁରସ୍କାର ବିତରଣ କରିଥିଲେ |