କେସିଙ୍ଗା ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

କଳାହାଣ୍ଡି(ସତ୍ୟ ନାରାୟଣ ମହାନନ୍ଦ) କେସିଙ୍ଗା ବ୍ଲକ ପରିସରରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶା ସରକାର ଙ୍କ ଆନୁକୂଲ୍ୟରେ ଶୁକ୍ରବାର ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା | ଏଥିରେ କେସିଙ୍ଗା ବିଡ଼ିଓ ଜନ୍ମେଜୟ ସ୍ୱାଇଁ, ବ୍ଲକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି, ଏବିଡ଼ିଓ ସିଦ୍ଧେଶ୍ଵର ମେହେର, ବିଏସଏସଓ ରାକେଶ ବୁଡ଼, ଶ୍ରୀମନ୍ତ ବଡ଼ପଣ୍ଡା, ଓ ଦିବ୍ୟାଙ୍ଗ ସଭାପତି ଡୋଲାମଣୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ | ତେବେ ଏଥିରେ ମୋଟ ୪୪୮ ପଞ୍ଜିକରଣ ହୋଇଥିଲା |

ସେଥିମଧ୍ୟରୁ ଅର୍ଥପେଡି ୧୭୩ ,ଦୃଷ୍ଟି ହୀନ ୪୨ ,ଶଦ୍ଧାକୁଟି ୫୭ ,ମାନସିକ ୫୧ , ଟ୍ରାଇସାଇକେଲ ୨୫ ,ହ୍ଵିଲଚେୟାର ୧୨,ସାର୍ଟିଫିକେଟ ଜେନେରେଟ ୧୧୬ ,ବସପାସ ୪୪, ଟ୍ରେନପାସ୍ ୮୬ ଏବଂ ଅନ୍ୟାନ୍ୟ ଯୋଜନା ଓଏପି, ଡି ପି, ଡ ବ୍ଲୁ, ପେନସନ ଏବଂ ଗୃହ ଯୋଜନା ରେ ୧୩୫ ଜଣ ପଞ୍ଜିକୃତ ହୋଇଥିଲେ | ସେହିପରି ଏହି ଶିବିର ରେ ଟ୍ରାଇସାଇକେଲ ଏବଂ ହ୍ଵିଲ ଚେୟାର ପାଇଥିବା ଭିନ୍ନକ୍ଷମ ବ୍ୟକ୍ତି ଙ୍କ ମଧ୍ୟରେ ଖିସି ଦେଖିବାକୁ ମିଳିଥିବା ବେଳେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମାନେ ଶିବିର ରେ ଅଂଶ ଗ୍ରହଣ ପାଇଁ ଆସିଥିବା ଭିନ୍ନକ୍ଷମ ବ୍ୟକ୍ତି ବିଶେଷକୁ ବେଶ ସହଯୋଗ କରୁଥିବା ଦେଖିବାକୁ ମିଳିଥିଲା |