କଳାହାଣ୍ଡି (ସତ୍ୟ ନାରାୟଣ ମହାନନ୍ଦ ) କେସିଙ୍ଗା ବ୍ଲକ ସମ୍ମିଳନୀ କକ୍ଷ ଠାରେ ରବିବାର ୧୨୫ତମ ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ପ୍ରଥମେ ତରକା ଖେଳାଳି ଓଡ଼ିଶା ରାଜ୍ୟ ର ଗର୍ବ ରଶ୍ମିତା ସାହୁ ଙ୍କ ସହ ଚର୍ଚା କରି ଥିଲେ ଓ ତରକା କାଶ୍ମୀର ନିବାସୀ ମୋହସିଂହ ଅଳି ଙ୍କୁ କାଶ୍ମୀରର ଡେଲ ଝିଲ୍ ରେ ହୋଇଥିବା ନୌକା ଚାଳନା ପ୍ରତିଯୋଗୀତା ଜିତି ଥିବାରୁ ଅଭିନନ୍ଦନ ଜଣାଇଥିଲେ | ସେହିପରି ଆଗାମୀ ଦିନରେ ଗଣେଷ ପୂଜା ସହ ସାରା ଭାରତରେ ପର୍ବ ପର୍ବାଣୀ ର ଦିଵସ ଅଛି | ତେଣୁ ଏହି ପର୍ବ ପର୍ବାଣୀ ରେ ଭାରତ ବାସୀଙ୍କୁ ଲୋକାଲ ଫର ଭୋକାଲ ର ମନ୍ତ୍ର ସହ ସ୍ଵଦେଶୀ କୁ ଅନୁସରଣ କରିବା ପାଇଁ ପ୍ରଧାନ ମନ୍ତ୍ରୀ ଆହ୍ଵାନ ଦେଇଥିଲେ | ମୌସୁମୀ ବର୍ଷା ରେ ପୀଡିତ ମାନଙ୍କ ପାଇଁ ଦୁଃଖ ପ୍ରକାଶ କରିଥିଲେ ଓ ଆମ ପରିବେଶକୁ କେମିତି ସ୍ଵଚ୍ଛ ରଖିବା ସେଥିପାଇଁ ଗୁରୁ ମନ୍ତ୍ର ଦେଇଥିଲେ | ଏହି କାର୍ଯ୍ୟକ୍ରମ କେସିଙ୍ଗା ନଗର ସଭାପତି ପିଙ୍କୁ ପରିଡା ଙ୍କ ନେତୃତ୍ଵରେ ଆୟୋଜନ ହୋଇଥିଲା | ଏଥିରେ କଳହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଳ ପୋଢ଼, ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ପୂର୍ବତନ ସଭାପତି ମଗନ୍ ସିନ୍ଦୁର, ଜିଲ୍ଲା ସମ୍ପାଦକ ସନ୍ତୋଷ ଦାଶ ,ପୁର୍ବତନ ସଭାପତି ପ୍ରଶାନ୍ତ ବାନାର୍ଜୀ, ଉପ ସଭାପତି ପ୍ରୀତେଶ ପଟେଲ , ଛେଲାଉଦ୍ଧବ ସାହା ,ସାଧାରଣ ସମ୍ପାଦକ ଯୁଗଳ କିଶୋର ଦୀପ ସହ କେସିଙ୍ଗା ର ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ | ଏହି କାର୍ଯ୍ୟକ୍ରମ ରେ “ମନ କି ବାତ” ଏକ କାର୍ଯ୍ୟକ୍ରମ ନୁହେଁ |ଏହା ଲୋକଙ୍କ ର ବିଶ୍ୱାସ ବୋଲି ସାଂସଦ ମାଳବିକା ଦେବୀ କହିଥିଲେ | ପରେ କେସିଙ୍ଗା ରେଲୱେ ଷ୍ଟେସନ ସମୀକ୍ଷା ପାଇଁ ଯାଇ ରେଲୱେ ଷ୍ଟେସନ ର ଅଧିକାରୀ ଙ୍କ ସହ ଅମୃତ ମହାଉତ୍ସବ ରେ ସାମିଲ କେସିଙ୍ଗା ଷ୍ଟେସନ ର କାର୍ଯ୍ୟ ଓ ପ୍ଲାଟଫର୍ମ ନମ୍ବର 4 ରେ ଟ୍ରେନ ରହଣି ବିଷୟ ରେ ଚର୍ଚା କରିଥିଲେ |