
ଆଜିର ଟେକ୍ନୋଲୋଜି ଯେତିକି ଆଗକୁ ଯାଉଛି ଆମ ଚାରିପାତକୁ ବିପଦ ସେତେ ମାଡି ମାଡି ଆସୁଛି | ଚନ୍ଦ୍ରପୃଷ୍ଠରେ ଆଜି ସବୁ କିଛି କରିବାକୁ ସ୍ୱପ୍ନ ଦେଖୁଥିବା ମଣିଷ ମନରେ ଏବେ ବି ଭୟର ବାତାବରଣ ଦେଖିବାକୁ ମିଳିଛି | ଖୁବ କାମ ସମୟରେ ଆକାଶରେ ଆମକୁ ଉଡାଇ ନେଉଥିବା ବିମାନ ପ୍ରତି ଏବେ ବିପଦ ଥିବା ଦେଖା ଦେଇଛି | ଲକ୍ଷ ଲକ୍ଷ ଫୁଟ ଉଚ୍ଚରେ ଉଡୁଥିବା ବିମାନ ଉପରେ ଉପରେ ଯଦି ଏଭଳି ତଥ୍ୟ ସାମ୍ନାକୁ ଆସେ ତେବେ ସେହି ସମୟରେ ବିମାନଚାରୀଙ୍କ ଛାତିରେ ଛନକା ପଶିବା ସ୍ୱାଭାବିକ କଥା | ଯଦି ଆପଣ ବିଜେ କିମ୍ବା ନିଜ ପରିବାର ବିମାନରେ ଯାତ୍ରା କରିବାକୁ ଯାଉଛନ୍ତି କିମ୍ବା ଏଥିପାଇଁ ବୁକ୍ କରୁଛନ୍ତି ତେବେ ଏହି ଖବରଟି ଦେଖିବା ନିହାତି ଆବଶ୍ୟକ । ଭାରତରୁ ବିଶ୍ୱର ଅନ୍ୟ ଦେଶକୁ ଯାଉଥିବା ବିମାନ ସେବା ପ୍ରଭାବିତ ହୋଇଛି । ଏପରିକି ବିମାନ ସେବା ବାତିଲ ହୋଇପାରେ । କାରଣ ଏ୩୨୦ ଫ୍ୟାମିଲି ବିମାନର ସଫ୍ଟୱେରରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି ।
ଫଳରେ ଭାରତ ସମେତ ସାରା ବିଶ୍ୱରେ ବିମାନ ସେବା ପ୍ରଭାବିତ ହୋଇଛି । ଏହାକୁ ନେଇ ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ପକ୍ଷରୁ ବୈଷୟିକ ପରାମର୍ଶ ଜାରି କରାଯାଇଛି । ଭାରତରେ ପ୍ରାୟ ୨୦୦ରୁ ଅଧିକ ବିମାନ ଉଡାଣ ପ୍ରଭାବିତ ହୋଇଛି । ଏ୩୨୦ ବିମାନ ସଫ୍ଟୱେର୍ ଅପଗ୍ରେଡ୍ ପାଇଁ ସମୟ ଲାଗିପାରେ । ଏୟାରବସ ଏ୩୨୦ ଫ୍ୟାମିଲି ବିମାନ ସର୍ବାଧିକ ବିକ୍ରି ହେଉଥିଲା । ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ଯାତ୍ରୀମାନଙ୍କୁ ବିଶେଷ ଭାବରେ ପରାମର୍ଶ ଦେଇ କହିଛି ଯେ ସେମାନେ ବିମାନ ସମ୍ବନ୍ଧୀୟ ଅପଡେଟ୍ ପାଇବା ପରେ ହିଁ ସେମାନଙ୍କର ଯାତ୍ରା ଯୋଜନା ପ୍ରସ୍ତୁତ କରନ୍ତୁ । ଏହା ଯୋଗୁଁ ବିମାନର ପିଚ୍ ନିୟନ୍ତ୍ରଣ ପ୍ରଭାବିତ ହେବାର ଆଶଙ୍କା ରହିଛି।
ଏକ ବୈଷୟିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ତୀବ୍ର ସୌର ବିକିରଣ ଫଳରେ ଫ୍ଲାଇଟ୍ କଣ୍ଟ୍ରୋଲ୍ ପାଇଁ ଆବଶ୍ୟକୀୟ ତଥ୍ୟ ନଷ୍ଟ ହୋଇପାରେ। ୟୁରୋପୀୟ ବିମାନ ଚଳାଚଳ ସୁରକ୍ଷା ଏଜେନ୍ସି ଏକ ଜରୁରୀକାଳୀନ ନିର୍ଦ୍ଦେଶନାମା ଜାରି କରିଛି, ଯେଉଁଥିରେ ପ୍ରଭାବିତ ବିମାନଗୁଡ଼ିକରେ ତୁରନ୍ତ ସଫ୍ଟୱେର୍ ଏବଂ/କିମ୍ବା ହାର୍ଡୱେର୍ ଅପଗ୍ରେଡ୍ କରିବାକୁ କୁହାଯାଇଛି। ଭାରତୀୟ ବିମାନ ସେବା ପ୍ରଦାନକାରୀ IndiGo ଏବଂ Air India ଏହି ସମସ୍ୟା ଯୋଗୁଁ ସେମାନଙ୍କର କିଛି ଉଡ଼ାଣରେ ବିଳମ୍ବ କିମ୍ବା ବାତିଲ୍ ହେବାର ଆଶଙ୍କା ଥିବା ନେଇ ଯାତ୍ରୀମାନଙ୍କୁ ସତର୍କ କରାଇଛନ୍ତି ।
ବିଶ୍ୱର ସର୍ବବୃହତ ବିମାନ ନିର୍ମାତା ଏୟାରବସ୍ ଏହାର ପ୍ରାୟ ୬୦୦୦ ଏ୩୨୦ ବିମାନକୁ ଫେରାଇ ଆଣିଛି କାରଣ ବିମାନ ଉଡାଣ ସମୟରେ ସୂର୍ଯ୍ୟକିରଣ ପଡି ସଫ୍ଟୱେର୍ ଅପଡେଟରେ ବାଧାପ୍ରାପ୍ତ ହେଉଛି । ଯାହା ଫଳରେ ବିମାନର ଗତି ପରିବର୍ତ୍ତନ, ଲାଇନଚ୍ୟୁତ କିମ୍ବା ଦୁର୍ଘଟଣାର ଆଶଙ୍କା ରହିଛି । ତେଣୁ କମ୍ପାନୀକୁ ଏହାର ବିମାନ ସଫ୍ଟୱେରକୁ ଅପଡେଟ କରିବା ଏବଂ ହାର୍ଡୱେରକୁ ପୁନଃସଂଯୋଜିତ କରିବା ଆବଶ୍ୟକ ହୋଇଛି । ଯାହା ଫଳରେ ବିମାନକୁ ଗ୍ରାଉଣ୍ଡେଡ୍ କରିବାକୁ ବାଧ୍ୟ ହେବ । ୟୁରୋପୀୟ ୟୁନିଅନ୍ ଏଭିଏସନ୍ ସେଫ୍ଟି ଏଜେନ୍ସି ଏକ ଜରୁରୀକାଳୀନ ଏୟାରୱର୍ଥିନେସ୍ ନିର୍ଦ୍ଦେଶନାମା ଜାରି କରିଛି, ଯେ A320 ବିମାନଗୁଡ଼ିକୁ ଉଡ଼ାଣ ନିୟନ୍ତ୍ରଣ କରିବା ପାଇଁ ଏକ ସେବାଯୋଗ୍ୟ ଲିଫ୍ଟ ଏଲେରନ୍ କମ୍ପ୍ୟୁଟର ସ୍ଥାପନ କରିବାକୁ ପଡିବ। ଏହି ବିମାନଗୁଡ଼ିକ ଭାରତରେ ସର୍ବାଧିକ ବ୍ୟବହୃତ ହୁଏ। ଇଣ୍ଡିଗୋ, ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଏୟାରଲାଇନ୍ସ ପାଖରେ ଏହି ମଡେଲର ପ୍ରାୟ ୫୫୦ ବିମାନ ଅଛି।
ତେବେ ଏହି ବିମାନ ଗୁଡିକୁ ଏବେ ପୁନଃ ଯାଞ୍ଚ ହେବା ସହ ସେଥିରେ ଅତ୍ୟାଧୁନିକ ଯାନ୍ତ୍ରିକ ସୁବିଧା ନକରାଗଲେ ଏହା ଆଗାମୀ ଦିନରେ ବିମାନ ପ୍ରତି ଅତି ଭୟଙ୍କର ପରିସ୍ଥିତି ସୃଷ୍ଟି କରିପାରେ ବୋଲି ଆକଳନ କରାଯାଉଛି | ଲକ୍ଷାଧିକ ଟଙ୍କା ଦେଇ ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ସୁରକ୍ଷା ଯାଞ୍ଚ ଏକାନ୍ତ ଆବଶ୍ୟକ ବୋଲି କୁହାଯାଇଛି | ବାୟୁମଣ୍ଡଳରେ ପ୍ରଦୂଷଣ ଭଳି ସମସ୍ୟା ବଢ଼ୁଥିବାରୁ ଏଭଳି ସୌର ବିକିରଣ ଏବେ ବଢୁଥିବା ଆଶଙ୍କା କରାଯାଉଛି , ଯାହା ବିମାନ ଉପରେ ଅତ୍ୟଧିକ ପଡିବା ଦ୍ୱାରା ଏଥିରେ ଯାନ୍ତ୍ରିକ ତ୍ରୁଟି ଆଣିବାର ଯଥେଷ୍ଟ ସମ୍ଭାବନା ରହିଛି | ତେବେ ଆଗକୁ ଦେଖିବାକୁ ବାକି ରହିଲା ଏହାକୁ ତିଆରି କରୁଥିବା କମ୍ପାନୀ ସୁରକ୍ଷା ଦୃଷ୍ଟିରୁ ଏଥିରେ କେଉଁ ନୂଆ ଫିଚର ଲଗାଉଛି |