କେବେ ରଙ୍ଗୀନ ଓ ବିଚିତ୍ର ହ୍ରଦ ଦେଖିଛନ୍ତି ? ପୃଥିବୀରେ ଏପରି ୭ଟି ହ୍ରଦ ରହିଛି

ଆମ ଗ୍ରହ ପୃଥିବୀରରେ ରହିଛି ଅନେକ ସୁନ୍ଦର ସ୍ଥାନ । କେଉଁଟି ଆମକୁ ପାହାଡ ଆକର୍ଷିତ କରିଥାଏ ତ ପୁଣି କେଉଁଠି ସମୁଦ୍ର । କିନ୍ତୁ ପୃତିବୀରେ ଏମିତି ଅନେକ ହ୍ରଦ ରହିଛି, ଯାହା ଦେଖିବାକୁ ତ ଖୁବ୍ବ ସୁନ୍ଦର ତା ସହ ଆଶ୍ତର୍ଯ୍ୟଜନକ । ଏହି ସବୁ ହ୍ରଦଗୁଡିକ ଅତି ରଂଗୀନ ଓ ଆକର୍ଷଣାଯ । ଏପରି କିଛି ହ୍ରଦ ବା ଲେକ୍ ବିଷୟରେ ଜାଣିବା ।

ଓ୍ବେଷ୍ଟର୍ଣ୍ଣ କାନାଡ଼ାରେ ରହିଛି ପିୟଟୋ ଲେକ୍, ଓ୍ବାନଫ ଜାତୀୟ ଉଦ୍ୟାନରେ ଅବସ୍ଥିତ ପିୟୋଟ୍ ଲେକ କାନାଡ଼ା ଜାତୀୟ ଉଦ୍ୟାନର ସବୁଠାରୁ ବଡ଼ ଆକର୍ଷଣ। BLUST ଗ୍ଲେସିୟର ହ୍ରଦ ନାମରେ ବି ପ୍ରସିଦ୍ଧ ଏହି ହ୍ରଦ କାନାଡ଼ାର ଅନ୍ୟତମ ସୁନ୍ଦର ହ୍ରଦ ମଧ୍ୟ। କାନାଡାର ପ୍ରସିଦ୍ଧ ବ୍ଯକ୍ତି ବିଲ୍ ପେଇଟୋଙ୍କ ନାମରେ ନାମିତ ଏହାର ନାମ କରଣ ହୋଇଛି । ପିୟୋଟ୍ ହ୍ରଦ 270 ଫୁଟ ଗଭୀର, ପଥର ଚଟାଣ ଓ ବରଫମୟ ପର୍ବତ ମାଳା ସମେତ କ୍ରିଷ୍ଟଲ କ୍ଲିଅର ପରିସ୍କାର ଜଳ ଏହି ହ୍ରଦରେ ଆପଣ ଦେଖିବାକୁ ପାଇବେ । ଏହି ହ୍ରଦରେ ଯେତେବେଳେ ସୂର୍ଯ୍ୟଆଲୋକ ପଡେ ଏହା ଏକ ଚମକପ୍ରଦ ଆଭା ଭଳି ଦୃଶ୍ଯମାନ ହୁଏ । ଏହି ହ୍ରଦ ଏହାର ପର୍ୟ୍ୟଟକମାନଙ୍କୁ ଏକ ଚମତ୍କାର ଦୃଶ୍ୟ ପ୍ରଦାନ କରେ। ଉଭଯ ପାର୍ଶ୍ବରେ ଥିବା ବିରାଟ ପର୍ବତ, ପର୍ବତ ଉପରେ ଥିବା ପାଇନ୍ ଗଛ, ଏହାର ସୌନ୍ଦର୍ଯକୁ ଆହୁରି ବଢାଇ ଦିଏ । ପ୍ରକୃତି ପ୍ରେମୀଙ୍କ ପାଇଁ ଏହା ଏକ ସ୍ବର୍ଗର ଅନୁଭୂତି ଆଣିଦିଏ ।

ଦ୍ବିତୀୟ ହ୍ରଦ ହେଉଛି ଅଷ୍ଟ୍ରେଲିଆର ଲେକ୍ ହିଲ୍ୟର୍ । ଲେକ୍ ହିଲ୍ୟର୍ ପଶ୍ଚିମ ଅଷ୍ଟ୍ରେଲିଆର ପ୍ରଶାନ୍ତ ମହାସାଗର ଉପକୂଳରେ ଅବସ୍ଥିତ। ହିଲ୍ୟର୍ ହ୍ରଦର ଅନ୍ଯତମ ନାମ ହେଉଛି ପିଙ୍କ ଲେକ୍ ବା ଗୋଲାପୀ ହ୍ରଦ । କାରଣ ଏହି ଲେକର ପାଣି ସଂପୂର୍ଣ୍ଣ ଗୋଲାପୀ । ଜଳରେ ଅତ୍ୟଧିକ ଲବଣାକ୍ତତା ଏବଂ ଡୁନାଲିଏଲା ସାଲିନା ନାମକ ବ୍ୟାକ୍ଟେରିଆ ଥିବା କାରଣରୁ ଏହି ରଂଗ ଦେଖାଯାଏ ବୋଲି ବିଶେଷଜ୍ଞଙ୍କ ମତ୍ତ । ପ୍ରାୟ 600 ମିଟର ଲମ୍ବର ହ୍ରଦ ପ୍ରଥମେ 1802ରେ ମାଥ୍ୟୁ ଫ୍ଲିଣ୍ଡର୍ସଙ୍କ ଦ୍ୱାରା ପ୍ରଥମେ ଆବିଷ୍କୃତ ହୋଇଥିଲା। ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଏହି ସ୍ଥାନରେ ଲୁଣ ଖନନ ଏକ ପ୍ରମୁଖ କାର୍ଯ୍ୟ ଥିଲା, କିନ୍ତୁ ପରେ ଏହା ବନ୍ଦ ହୋଇଯିବାରୁ ଯାହା ଏହା ମୃତ ସାଗରରେ ପରିଣତ ହୋଇଥିଲା । ତେବେ ଏହି ପିଙ୍କ ବା ହିଲ୍ଯର ଲେକ୍ ଆଜି ଅଷ୍ଟ୍ରେଲିଆର ଏକ ପ୍ରମୁଖ ପର୍ୟ୍ୟଟନ କେନ୍ଦ୍ର ।

ତୃତୀୟ ହ୍ରହ ରହିଛି ବୋଲଭିଆର ଲଗୁନା କଲୋରାଡା । ଲାଲ୍ ଲାଗୁନ୍ ନାମରେ ମଧ୍ୟ ପରିଚିତ ଲାଗୁନା କଲରଡା ଏକ ଲାଲ୍ ରଙ୍ଗର ହ୍ରଦ । ଏଥିରେ ଥିବା ଲାଲ୍ ଅବକ୍ଷେୟ ଓ ସ୍ବତନ୍ତ୍ର ପ୍ରକାରର ଶୈବାଳରୁ ଏହା ଲାଲ୍ ରଙ୍ଗରେ ପରିଣତ ହୋଇଛି । ସମୁଦ୍ର ପତ୍ତନଠାରୁ ପ୍ରାୟ 14,000 ଫୁଟ ଉଚ୍ଚରେ ଅବସ୍ଥିତ ଏହି ହ୍ରଦ । ଏହି ହ୍ରଦରେ ନାରଙ୍ଗୀ-ଲାଲ ଓ ଶ୍ବତ ବର୍ଣ୍ଣ ମଧ୍ଯ ପ୍ରତିଫଳିତ ହୁଏ । ଲାଗୁନା କଲରଡାକୁ ଖାଦ୍ଯ ସଂଗ୍ରହ ଉଦ୍ଦେଶ୍ୟରେ ପ୍ରତି ବର୍ଷ ବିରଳ ଓ ବିଲୁପ୍ତପ୍ରାୟ ଆଣ୍ଡିଆନ୍ ଫ୍ଲେମିଙ୍ଗୋ ପକ୍ଷୀ ଆସିଥାନ୍ତି । ହ୍ରହ ଚାରିପଟେ ପର୍ବତମାଳା ଥିଲେ ବି ଏଠାରେ ସବୁଜିମା ନାହିଁ ।

ଇଣ୍ଡୋନେସିଆର କେଲିମଟୁ ଏକ ବିଚିତ୍ର ହ୍ରଦ । ଏକ ଆଗ୍ନେଯଗିରିର ତୁଙ୍ଗରେ ରହିଛି 3ଟି ହ୍ରଦ, ଯାହା ପରସ୍ପର ଠାରୁ ପୁରା ଭିନ୍ନ । 3ଟି ଲେକର ପାଣି ଅଲଗା ଅଲଗା । ଏହା ତ୍ରୀଭୂଜ ପରି ମନେ ହୁଏ । 1690 ମିଟର ପରିବ୍ଯାପ୍ତ ଗର୍ତ୍ତର ଶିଖର ମଧ୍ୟରେ ରହିଛି ତ୍ରିରଙ୍ଗାଯୁକ୍ତ କେଲିମୁତୁ ହ୍ରଦ। ସବୁଠାରୁ ଆସ୍ଚର୍ଯ୍ୟଜନକ କଥା ହେଉଛି, ଏହି ହ୍ରଦର ପାଣିର ରଙ୍ଗ ଆପେଆପେ ନିୟମିତ ପରିବର୍ତ୍ତନ ହୋଇଥାଏ । କୁହାଯାଏ ଫୁମାରୋଲ ଫଙ୍ଗସ କାରଣରୁ ଏପରି ରଂଗ ପରିବର୍ତ୍ତନ ହୋଇଥାଏ। ହ୍ରଦ ନିକଟରେ ପାଦ ପକାଇବା ବିପଦପୂର୍ଣ୍ଣ ହୋଇଥିବାରୁ ବାଷ୍ପୀୟ ଧୂଆଁ ବାହାରୁଛି। କିନ୍ତୁ ପର୍ୟ୍ୟଟକମାନେ ଅବଶ୍ୟ ହ୍ରଦ ଚାରିପାଖରେ ପଦୟାତ୍ରା କରିପାରିବେ ଏବଂ ଉଦ୍ଭିଦ ଏବଂ ପ୍ରାଣୀଜଗତର ଆନନ୍ଦ ନେଇପାରିବେ।

ଇକ୍ଯୁଏଡୋର ଲାଗୁନା କୁଇଲୋଟୋଆ ହେଉଛି ଏକ ରଂଗୀନ ହ୍ରଦ ଯାହା ଏକ ଚମକପ୍ରଦ ଆଗ୍ନେୟ ପୃଷ୍ଠଭୂମିରେ ପରିବେଷିତ । ସବୁଜ ରଙ୍ଗର ଜଳରାଶି ପାଇଁ ଏହା ପ୍ରସିଦ୍ଧ। ଏହି ହ୍ରଦଟି 1280ରେ ହୋଇଥିବା ଆଗ୍ନେୟ ଉଦ୍ଗୀରଣ ଦ୍ୱାରା ଗଠିତ ହୋଇଥିଲା, ଯାହା 3 କିଲୋମିଟର ଲମ୍ବ । ପରବର୍ତ୍ତୀ ସମୟରେ ଏଠାରେ କୋଲାରେଡା ପାଇଁ ଏହା ବର୍ତ୍ତମାନ ଉଜ୍ଜ୍ୱଳ ତରଭୁଜ ପରି ଦୃଶ୍ଯମାନ ହେଉଛି । କୁଇଲୋଟୋଆ ହ୍ରଦ ପର୍ବତାରୋହଣ ଏବଂ ପଦଯାତ୍ରା ପାଇଁ ଏକ ଉପୟୁକ୍ତ ସ୍ଥାନ।

ଏମରଲ୍ଡ ଲେକ୍, ଏହା ନ୍ୟୁଜିଲାଣ୍ଡରେ ରହିଛି । ନ୍ଯୁଜିଲାଣ୍ଡର ୟୋହୋ ଜାତୀୟ ଉଦ୍ୟାନରେ ଏହା ଅବସ୍ଥିତ। ୟୋହୋ ଜାତୀୟ ଉଦ୍ଯାନରେ ଥିବା ଷାଠିଏଟି ହ୍ରଦ ଏବଂ ପୋଖରୀ ମଧ୍ୟରୁ ଏମରାଲ୍ଡ ହ୍ରଦ ହେଉଛି ସର୍ବବୃହତ ଓ ଆକର୍ଷଣୀୟ । ନଭେମ୍ବରରୁ ଜୁନ୍ ମାସ ପର୍ଯ୍ୟନ୍ତ ଏହି ହ୍ରଦ ବରଫାବୃତ ରହୁଥିବାରୁ ଏହି ହ୍ରଦ ଏକ ଲୋକପ୍ରିୟ କ୍ରସ୍-କଣ୍ଟ୍ରି ଡେଷ୍ଟିନେସନ୍। ହ୍ରଦର ସ୍ବଚ୍ଛ ଜଳ ମୁଖ୍ୟତଃ ଚୂନପଥର ଗୁଣ୍ଡ ଦ୍ୱାରା ସୃଷ୍ଟି ହୋଇଥାଏ, ଏହା ଜୁଲାଇ ମାସରେ ସବୁଠାରୁ ଦର୍ଶନୀୟ ହୋଇଥାଏ କାରଣ ଏହାର ଆଖପାଖ ପର୍ବତରୁ ବରଫ ତରଳି ଯାଇଥାଏ।

Leave a Reply

Your email address will not be published. Required fields are marked *