କେବଳ ଶୁଭ କାମ, ପୂଜାରେ ବ୍ୟବହାର ହୁଏନି ପାନ, ଏହାର ରହିଛି ଅନେକ ଔଷଧୀୟ ଗୁଣ

ପାନ ଆମେ ସମସ୍ତେ ଜାଣିଛେ ତାର ବ୍ୟବହାର । ସମସ୍ତ ଭାରତୀୟଙ୍କ ଘରେ ଏହାର ବ୍ୟବହାର ଅଳ୍ପ ବହୁତ ତ ହୋଇଥାଏ । ପିଲାଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ପାନ ସମସ୍ତଙ୍କର ପସନ୍ଦ ।

ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଶୁଭ କାମ ଆରମ୍ଭ ରେ ହେଉଥିବା ପୂଜାରେ ମଧ୍ୟ ପାନ ପତ୍ରର ବ୍ୟବହାର କରାଯାଇଥାଏ । ଖାଲି ସେତିକି ନୁହେଁ ଏହାର ମଧ୍ଯ ରହିଛି ଅନେକ ଔଷଧୀୟ ଗୁଣ । ଏଥିରେ ବିଭିନ୍ନ ପ୍ରକାରର ଭିଟାମିନ ବି ରହିଛି, ଯାହା ଆପଣଙ୍କ ସ୍ଵାସ୍ଥ୍ୟ ପାଇଁ ହିତକର ।

ଏଥିରେ ଥିବା ଔଷଧୀୟ ଗୁଣ ଆପଣଙ୍କ ଶରୀରକୁ ଲାଭ ପହଞ୍ଚାଇବା ସହ କେତେକ ଗମ୍ଭୀର ରୋଗରୁ ମଧ୍ୟ ଦୂରେଇ ରଖିଥାଏ । ଏହା ଆମ ଶରୀରକୁ ମଧ୍ୟ ରୋଗମୁକ୍ତ କରିଥାଏ ।

ପାନ ପତ୍ରରେ ଅନେକ ରୋଗ ସମ୍ପୂର୍ଣ୍ଣ ଭାବେ ଭଲ ହୋଇଯାଏ । ତେବେ ଆସନ୍ତୁ ଜାଣିବା ପାନରେ ଥିବା ଔଷଧୀୟ ଗୁଣ ବିଷୟରେ…

ପାନ ଖାଇବା ପାଚନ ପ୍ରକ୍ରିୟା ପାଇଁ ଲାଭଦାୟକ ହୋଇଥାଏ । ଏହା ସାଲିଭେରୀ ଗ୍ଲାଣ୍ଡକୁ ସତେଜ କରି ଲାଳ ସୃଷ୍ଟି କରିବାରେ ସହଯୋଗ କରିବା ସହ ଖାଇବା ପଦାର୍ଥକୁ ଛୋଟ ଛୋଟ ଖଣ୍ଡ କରିବା ଭଳି କାମ କରେ ।

ଯୁବତୀ ଓ ମହିଳାମାନେ ନିୟମିତ ପାନପତ୍ରକୁ ଚୋବାଇ ଖାଇବା ଭଲ । ଏଥିରେ ଥିବା ଆଣ୍ଟି ଡାଇବେଟିସ୍ ତ୍ଵଚାରେ ଭାଙ୍ଗ ପକାଇ ନଥାଏ । ସେହିପରି କୋଷ୍ଠକାଠିନ୍ୟ ସମସ୍ୟା ଥିବା ଲୋକଙ୍କ ପାଇଁ ପାନ ପତ୍ର ଚୋବେଇବା ବେଶ ଭଲ ହୋଇଥାଏ ।

ପାନରେ ଆଣ୍ଟି ଡାଇବେଟିସ୍ ଗୁଣ ଥିବାରୁ ଏହା ରକ୍ତରେ ଶର୍କରାକୁ ନିୟନ୍ତ୍ରିତ କରେ । ଯଦି ଆପଣଙ୍କର ଗ୍ୟାସଟିକ ଏବଂ ଅଲସର ସମସ୍ୟା ରହିଛି ତେବେ ଆପଣ ପାନ ଖାଇବା ଉଚିତ୍‌ । ପାନ ପତ୍ରରେ ଏମିତି କିଛି ଔଷଧିୟ ଗୁଣ ଅଛି ଯାହା ବେକ୍ଟେରିଆର ପ୍ରଭାବକୁ କମ କରିବାରେ ସହଯୋଗ କରିଥାଏ ।

ଯଦି ଆପଣଙ୍କ ଆଖି ଲାଲ ହେଉଛି, ତେବେ ଆପଣ ପାନ ପତ୍ରର ଉପଯୋଗ କରିପାରିବେ । ଏଥିପାଇଁ ପାନ ପତ୍ରକୁ ପାଣିରେ ଫୁଟାନ୍ତୁ । ଆଉ ସେହି ଫୁଟା ପାଣିରେ ଆଖିକୁ ଧୁଅନ୍ତୁ । ଏପରି କିରିବା ଦ୍ୱାରା ଆପଣଙ୍କୁ ଆରାମ ମିଳିବ ।

ମୁଣ୍ଡ ବିନ୍ଧା ହେଉଥିଲେ ପାନପତ୍ରର ପେଷ୍ଟକୁ ମଥାରେ ଲଗାଇ ଶୁଖିଲା ପରେ ଧୋଇଦେବେ । କିଛି ସମୟ ମଧ୍ୟରେ ଦେଖିବେ ମୁଣ୍ଡା ବିନ୍ଧା କମିଯିବ । ସେହିପରି ପାନକୁ ଆମେ ଆଣ୍ଟିସେପ୍ଟିକ ରୂପେ ବ୍ୟବହାର କରିପାରିବା ।

ଯଦି ଆପଣଙ୍କ ଶରୀରରେ କୌଣସି କୌଣସି କ୍ଷତ ହୋଇଛି ତେବେ ଉକ୍ତ ସ୍ଥାନରେ ପାନ ପତ୍ରକୁ ବାନ୍ଧିବା ଦ୍ୱାରା ଆରାମ ମିଳିଥାଏ । ଥଣ୍ଡା ହୋଇଥିଲେ ପାନକୁ ମହୁ ସହ ଖାଇଲେ ଶରୀର ପାଇଁ ଭଲ ହୋଇଥାଏ । ପାନରେ ଥିବା ଏନାଲଜେସିକ୍‌ ଗୁଣ ମୁଣ୍ଡ ବିନ୍ଧା ଦୂର କରେ ।

Leave a Reply

Your email address will not be published. Required fields are marked *