କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅଟାଳ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି | କେନ୍ଦ୍ରାପଡ଼ା ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ,ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଏଡିଏମ ନିଲୁ ମହାପାତ୍ର,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧାକର ସାହୁ,ତହସିଲଦାର ଶାନ୍ତି ସ୍ୱରୂପ ମିଶ୍ର,ଆଳି ବିଡ଼ିଓ ମିନତୀ ଜଗଦେବ ପ୍ରମୁଖ ଉପସ୍ଥିତ ରହି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଥିଲେ | ଏହି ଜନଶୁଣାଣୀ ଶିବିରରେ ୧୦୭ ଟି ଅଭିଯୋଗ ହୋଇଥିବା ବେଳେ ୧୩ ଟି ସାମୁହିକ ଅଭିଯୋଗ ରହିଥିବା ବେଳେ ଅନ୍ୟ ଅଭିଯୋଗ ଗୁଡିକ ବ୍ୟକ୍ତିଗତ ଅଭିଯୋଗ ରହିଛି |
ସାମୁହିକ ଅଭିଯୋଗ ମଧ୍ୟରେ ଧାନମଣ୍ଡିରୁ ଧାନ ଉଠୁନଥିବାରୁ ଚାଷୀମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ମନରେଗା କାର୍ଯ୍ୟ ଚାଲୁକରିବା ନେଇ ଆଳି ସରପଞ୍ଚ ସଙ୍ଘ ପକ୍ଷରୁ ଦାବି କରା ଯାଇଥିବା ବେଳେ ପାନୀୟ ଜଳ ସମସ୍ୟା ସହିତ ଜଳ ନିଷ୍କାସନର ବ୍ୟବସ୍ଥା କରିବା ନିମନ୍ତେ ଦାବି ହୋଇଥିଲା | ଏହି ଜନଶୁଣାଣି ଶିବିର ନିମନ୍ତେ ପ୍ରଚାର ପ୍ରସାର କରା ଯାଇନଥିବା ନେଇ ଲିଖିତ ଅଭଯୋଗ କଲା ବିଜେପି | ଏହି ଶିବିରରେ ଚିକିତ୍ସା ନିମନ୍ତେ ଜଣକୁ ରେଡକ୍ରସ ଓ ଅନ୍ୟ 4 ଜଣଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ସହାୟତା ଯୋଗାଇ ଦିଆଯାଇଛି |