
କେନ୍ଦୁଝରଗଡ଼ : କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫରୁ ସାମୁହିକ ନିଯୁକ୍ତି ମେଳା ଆୟୋଜିତ ହୋଇଯାଇଛି | ଏହି ନିଯୁକ୍ତି ମେଳାରେ ୫୦ରୁ ଉର୍ଦ୍ଧ୍ବ କମ୍ପାନୀ ଯୋଗ ଦେଇଥିବା ବେଳେ, ଏଥିରେ ୨୦୬୧ ଆଶାୟୀ ବିଭିନ୍ନ ବ୍ଲକ୍ରୁ ଆସି ପଞ୍ଜିକରଣ କରିଥିଲା ବେଳେ ସେମାନଙ୍କର ମଧ୍ୟରୁ ୧୨୦ ସିଧାସଳଖ ନିଯୁକ୍ତି ପାଇଛନ୍ତି। ବିନା କୌଣସି ବିଶୃଙ୍ଖଳାରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ନିଯୁକ୍ତି ମେଳା ଚାଲିଥିଲା |

ଶାନ୍ତି ଓ ଶୃଙ୍ଖଳା ରକ୍ଷା କରିବା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପରିମାଣର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ନିଯୁକ୍ତି ମେଳା ଆସନ୍ତାକାଲି ମଧ୍ଯ ଚାଲୁରଖିବା ପାଇଁ କେନ୍ଦୁଝର ଜିଲ୍ଲା ପ୍ରଶାସନ ତରଫରୁ ନିଷ୍ପତ୍ତି ହୋଇଥିବା ଜଣାପଡିଛି। ଏହି ମେଳା ଜରିଆରେ ଆହୁରି ନିଯୁକ୍ତି ପାଇବା ସହ ଆଗକୁ ଆହୁରି ନିଯୁକ୍ତି ମେଳା କରାଯାଇ, ଜିଲ୍ଲାରୁ ବେକାରୀ ହାର କମାଯିବ ବୋଲି, ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ନିୟୋଜନ ଅଫିସର ଗଣେଶ୍ୱର ନାୟକ ସୂଚନା ଦେଇଥିଲେ।