କେନ୍ଦୁଝର ଜିଲ୍ଲା ଚଣ୍ଡିବିରଞ୍ଚିପୁର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ମୃତ

କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ନିକଟ ଚଣ୍ଡିବିରଞ୍ଚିପୁର ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘଟଣାସ୍ଥଳରେ ୨ମୃତ ।ସୂଚନା ଅନୁସାରେ, ଭଦ୍ରକ ଜିଲ୍ଳା ବରପଦା ନିକଟ ସୋଲଗଡ଼ିଆ ଗ୍ରାମର ରବିନ୍ଦ୍ର ପେଡ଼ା (୨୪) ଓ ଇନ୍ଦ୍ରମଣି ସେଠୀ (୪୨) ଦୁହେଁ ଦ୍ଵିତୀବାହନ ଓଷା ନିମନ୍ତେ ଇନ୍ଦ୍ରମଣିଙ୍କ ଭଉଣୀ ଘରକୁ ଓଷା ଭାର ଦେଇ ଓଡ଼ି-୨୨ଏଲ୍-୨୦୨୭ ନମ୍ବର ବିଶିଷ୍ଟ ବାଇକ ଯୋଗେ ଆସିଥିଲେ । ସେଠାରୁ ଫେରିବା ସମୟରେ ଆନନ୍ଦପୁର ଅଭିମୁଖେ ଯାଉଥିବା ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ନିୟୋଜିତ ଓଆର୍-୦୯ଜି-୭୨୯୯ ନମ୍ବର ବିଶିଷ୍ଟ ଏକ ଦଶ ଚକିଆ ଟ୍ରକ ସହିତ ଚଣ୍ଡିବିରଞ୍ଚିପୁର ଛକରେ ସେମାନଙ୍କ ବାଇକ ସହ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଉକ୍ତ ୨ଜଣ ବାଇକ୍ ଆରୋହୀ ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଖବର ପାଇ ନନ୍ଦିପଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲା ବେଳେ ଟ୍ରକ୍ ଚାଳକ ଟ୍ରକଟିକୁ ଥାନା ନିକଟ ମରେଇଗାଁ ସ୍ଥିତ ସେବା ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଛାଡ଼ି ଫେରାର୍ ହୋଇଯାଇଛି । ତେବେ ନନ୍ଦିପଦା ପୋଲିସ ଉକ୍ତ ଦୁର୍ଘଟଣାଗ୍ରସ୍ତ ବାଇକଟିକୁ ଜବତ୍ କରି ଘଟଣା ସମ୍ପର୍କରେ ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *