କେନ୍ଦୁଝରରେ ଅନୁଷ୍ଠିତ ହେବ ୩୯ ତମ ଜାତୀୟ ହ୍ୟାଣ୍ଡବଲ ଚାମ୍ପିଆନସିପ୍

କେନ୍ଦୁଝରରେ ଚଳିତ ୮ ତାରିଖରେ ୩୯ ତମ ଜାତୀୟ ହ୍ୟାଣ୍ଡବଲ ଚାମ୍ପିଆନସିପ୍ ପ୍ରଥମ ଥର ହେବାକୁ ଯାଉଛି । ଯାହାର ପୋଷାକ, ଟ୍ରଫି ଓ ମେଡାଲର ଆଜି ହୋଇଛି ଉନ୍ମୋଚନ ।କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉନ୍ମୋଚନ କରିଛନ୍ତି । ଜିଲ୍ଲାପାଳଙ୍କ ସମେତ ରାଜ୍ୟ ହାଣ୍ଡବଲ ସଂଘର ସମ୍ପାଦକ ମାନସ ସିଂ ଓ ସଂଘର ସଭାପତି ଇଂ ବସନ୍ତ ଦାନି ଓ ସମ୍ପାଦକ ରିତିକ ଅଧିକାରୀ ତଥା କୋଷାଧ୍ୟକ୍ଷ ଦୟା ସାଗର ପଣ୍ଡା ଉପସ୍ଥିତ ଥିଲେ । ଏହି ଖେଳରେ ଦେଶର ବିଭିନ୍ନ ରାଜ୍ୟ ଭାଗ ନେବେ । ଦୀର୍ଘ ୪୫ ବର୍ଷ ପରେ କେନ୍ଦୁଝରରେ ଜାତୀୟ ହ୍ୟାଣ୍ଡବଲ ଖେଳ ହେଉଥିବାରୁ କେନ୍ଦୁଝରବାସୀ ଏହାକୁ ନେଇ ଖୁସି ଅଛନ୍ତି ବୋଲି କହିଛନ୍ତି ଜିଲ୍ଲା ହ୍ୟାଣ୍ଡବଲ ସଂଘ ସମ୍ପାଦକ ରିତିକ ଅଧିକାରୀ ।