ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳନ ହୋଇଥିଲା। ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ଜୟଗାନ କରିବା ସହିତ ଶ୍ରୀଅରବିନ୍ଦ ତଥା ଶ୍ରୀମାଙ୍କର ପାଦପଦ୍ମ ତଳେ ପ୍ରାର୍ଥନା ଓ ନୀରବ ଧ୍ୟାନ ସହ ଶିକ୍ଷାନୁଷ୍ଠାନର ଅପାଭାଇ ମାନେ ସାଧାରଣତନ୍ତ୍ର ଦିବସକୁ ଆଗେଇ ନେଇଥିଲେ।
ବିଦ୍ୟାଳୟର ସମ୍ପାଦକ ମୁଖ୍ୟଅତିଥି ଭାବେ ପତାକା ଉତ୍ତୋଳନ କରିଥିଲେ। ଜାତୀୟ ସଙ୍ଗୀତ ଗାନ ମାର୍ଚ୍ଚପାଷ୍ଟ କରାଯାଇ ମୁଖ୍ୟ ଅତିଥି ରାଜ୍ୟ ସମାନ ଦିଆଯାଇଥିଲା, ପରେ ପରେ ବିଦ୍ୟାଳୟର ସମ୍ପାଦକ ସାଧାରଣତନ୍ତ୍ର ଦେଶଭକ୍ତି, ତ୍ୟାଗ ଓ ବଳିଦାନ ଛାତ୍ରଛାତ୍ରୀଙ୍କର ଉଦ୍ଦେଶ୍ୟରେ ବିଭିନ୍ନ ଅଭିଭାଷଣ କରିଥିଲେ।