କୃଷି ସମବାୟ ସମିତିର ବାର୍ଷିକ ସଭା

ବରଗଡ ଜିଲ୍ଲା ବରପାଲି ବ୍ଲକ ଆଗଲପୁର ପ୍ରାଥମିକ କୃଷି ସମବାୟ ସମିତିର ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି | ସମିତିର ସଭାପତି ବିରୋସନ ସାହୁଙ୍କ ଅଧକ୍ଷତାରେ ରକ୍ସା ପଞ୍ଚାୟତ ଖେଳପଡିଆ ପରିସରରେ ଏହି ସଭା ଅନୁଷ୍ଠିତ ହୋଇଯାଇଛି। ସମିତିର ସମ୍ପାଦକ ସୁମିତ୍ ପ୍ରଧାନ ସମିତିର ବାର୍ଷିକ ବିବରଣି ପାଠ କରିଥିଲେ | ବରପାଲି ସମ୍ବଲପୁର ଜିଲ୍ଲା କେନ୍ଦ୍ର ସମବାୟ ଶାଖା ପରିଚାଳକ ସାଲବେଗ ବାଦି ଯୋଗଦାନ କରି ଚାଷୀ ମାନଙ୍କ ପାଇଁ ସରକାରଙ୍କ ଦ୍ୱାର ଅନୁମୋଦିତ ହୋଇଥିବା ଯନ୍ତ୍ରପାତି ବିନା ସୁଧାରେ ଋଣ ସାର ଇତ୍ୟାଦି ଜିନିଷ ଠିକ ସମୟରେ କେମିତି ପାଇ ପାରିବେ ସେ ଉପରେ ଆଲୋଚନା ହୋଇଥିଲା |

ୟୁରିଆ ସାରର ବ୍ୟବହାର ଏବଂ ଇୟୁରିଆ ସାର ସମିତିକୁ କମ୍ ଆସୁଥିବାରୁ ସଭାରେ ଅସନ୍ତୋଷ ଦେଖାଯାଇଥିଲା। ଏହି ବାର୍ଷିକ ସମିତି ସଭାରେ ଆଗଲପୁର ସମବାୟ ବ୍ୟାଙ୍କ ସମିତି ସମସ୍ତ ସଭ୍ୟ ଶ୍ରୀମତୀ କୁନ୍ତଳା ପଧାନ, ଉପେନ୍ଦ୍ର ଖେତି,ଶ୍ରୀମତୀ ରୁକ୍ମଣୀ ବେହେରା,ସୁରେନ୍ଦ୍ର ସାହା, ବଳରାମ ନେଗି, ,ପ୍ରମୋଦ କୁମାର ସାହା, ଘନଶ୍ୟାମ ପଧାନଙ୍କ ଉପସ୍ଥିତ ଥିଲେ | ରାଜ୍ୟ ସମବାୟ ସମିତି ଉପ ସଭାପତି ପେକ୍ସ ସଭାପତି ବିରୋସନ ସାହୁ,ବରପାଲି ପେକ୍ସ ସଭାପତି ଗୁରୁ ମେହେର,କୁମ୍ଭାରୀ ପେକ୍ସ ସଭାପତି ପ୍ରଫୁଲ୍ଲ ପଧାନ, କଣ୍ଟାପାଲି ପେକ୍ସ୍ ସଭାପତି ଧୂର୍ବ ସାହୁ, ଆଗଲପୁର ଜୋନ ଜିଲ୍ଲାପରିଷଦ ସଭ୍ୟ ଅନନ୍ତ ସେଠ୍,କୁମ୍ଭାରୀ ଡାଇରେକ୍ଟର ଶତ୍ରୁ ଘନ୍ ପଧାନ,ଯୋଗ ଦେଇ ଚାଷୀ ମାନଙ୍କ ଉନ୍ନତି ତଥା ଚାଷୀ ମାନେ କିଭଳି ଅଧିକ ଲାଭବାନ ହୋଇ ସାବଲମ୍ବୀ ହୋଇପାରିବେ ସେ ଉପରେ ଅଭିଭାଷଣ ରଖିଥିଲେ ।