କୁମାର ପୂର୍ଣ୍ଣିମାରେ ପୂରାତନ ପରମ୍ପରା ‘କୋଠିଘର’

କୁମାରୀ ମାନଙ୍କ ବଡ ପର୍ବ ହେଉଛି କୁମାର ପୁର୍ଣ୍ଣିମା । ଆଶ୍ୱିନ ମାସର ପୁର୍ଣିମା ତିଥିରେ ପାଳନ କରାଯାଇଥାଏ ଏହି ପର୍ବ । କୁମାକୀ ମାନେ ଭୋରୁ ଉଠି ନୁଆ ଡ୍ରେସ ପିନ୍ଧି ବୃନ୍ଦାବତୀଙ୍କୁ ପୂଜା କରି ଆଞ୍ଜୁଳା ଟେକିଥାନ୍ତି । ଏବଂ ବିଭିନ୍ନ ଜାଗାରେ ଏହି ପର୍ବକୁ ନିଆରା ଢଙ୍ଗରେ ପାଳନ କରିଥାନ୍ତି । ଆଉ କୁମାର ପୁର୍ଣିମାର ପରମ୍ପରା କୋଠିଘର ଭଳି ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ର ରାହାମ୍ବା ପଂଚାୟତରେ। ତେବେ ଏହି ଅଞ୍ଚଳରେ କାହିଁ କେଉଁ କାଳରୁ ଅନୁଷ୍ଠିତ ହୋଇ ଆସୁଛି “କୋଠି ଘର” ପରମ୍ପରା । କୁମାରୀ ଝିଅମାନଙ୍କ ଦ୍ୱାରା କଇଁ ଫୁଲରେ ବିଭିନ ପ୍ରକାରର ଝୋଟି ଚିତା ମାନ ଚଉଁରା ପାଖରେ ପକେଇ ଚାନ୍ଦ ପୂଜା କରିବାର ମୁଖ୍ୟ ବିଶେଷତା ରହିଛି ।

ସେହିପରି ଜହ୍ନ ଆଲୁଅ ସାଙ୍ଗକୁ ବେଶ ଆକର୍ଷିତ ହୋଇଥାଏ ପାଳଭୂତ । ସାଧାରଣତଃ ଭଉଣୀମାନେ ଚାନ୍ଦ ପୂଜା କରୁଥିବା ବେଳେ, ଅନ୍ଧାରର ସୁଯୋଗ ନେଇ ଡରାଇବା ପାଇଁ ଭାଇ ମାନେ ସାଜିଥାନ୍ତି ପାଳଭୂତ । ଗାଁ ଦାଣ୍ଡରେ ପାଳଭୂତ ବୁଲିବାର ଦୃଶ୍ୟ ଦେଖିବାକୁ ମିଳିଥାଏ ।

Leave a Reply

Your email address will not be published. Required fields are marked *