କୁଦାନଗରୀ ନାବାଳିକା ଛାତ୍ରୀ ଗଣଦୁଷ୍କର୍ମ ମାମଲା, ୩ ଗିରଫ

କେନ୍ଦ୍ରାପଡା କୁଦାନଗରୀ ନାବାଳିକା ଛାତ୍ରୀ ଦୁଷ୍କର୍ମ ଘଟଣାରେ ୩ ଗିରଫ। ଗିରଫ ଅଭିଯୁକ୍ତମାନେ ହେଲେ ଘଟଣାର ମାଷ୍ଟରମାଇଣ୍ଡ ଆଠଗଡ଼ର ସୂର୍ଯ୍ୟକାନ୍ତ ସାହୁ, କଟକ ଲାଲବାଗ ଅଞ୍ଚଳର ସତ୍ୟରଞ୍ଜନ ସାହୁ ଏବଂ କଟକ ସିଡିଏ ସ୍ଥିତ ଓୟୋ ହୋଟେଲ ମ୍ୟାନେଜର ରଂଜିତ ସ୍ବାଇଁ ଗିରଫ । କେନ୍ଦ୍ରାପଡା ସ୍ପେସିଆଲ ସ୍କ୍ବାର୍ଡ ଘଟଣାର ତଦନ୍ତ କରି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅନ୍ୟପଟେ ଏହି ମାମଲାରେ ପୂର୍ବରୁ ଛାତ୍ରୀଙ୍କ ଜଣେ ନାବାଳକ ସାଙ୍ଗଙ୍କୁ ଜୁଭେନାଇଲ କୋର୍ଟରେ ହାଜର କରିଥିଲା ପୋଲିସ। ଏଥିରେ ସମ୍ପୃକ୍ତି ନେଇ ୨ ଅଧ୍ୟାପକଙ୍କ ଉପରେ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯାଇଛି। ଏଠାରେ ସୂଚନା ଯୋଗ୍ୟ ଗତ ୧୭ ତାରିଖରେ ସ୍ଥାନୀୟ ଏକ ମହାବିଦ୍ୟାଳୟର ଯୁକ୍ତ ୨ ଛାତ୍ରୀଙ୍କୁ କଲେଜ ବାର୍ଷିକ ଉତ୍ସବ କାଳରେ କୋଲ୍ଡଡ୍ରିଙ୍କରେ ନିଶା ଦେଇ କିଛି ଦୁର୍ବୃତ୍ତ ଅପହରଣ କରିନେଇ ଗଣଦୁଷ୍କର୍ମ କରି ଥିଲେ। ଏନେଇ ଛାତ୍ରୀ ଜଣକ କୁଦାନଗରୀ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ନାବାଳିକାଙ୍କ ଡାକ୍ତରୀ ମାଇନା କରାଇ ଏକ ଗଣଦୁଷ୍କର୍ମ ମାମଲା ରୁଜୁ କରିଥିଲା।

Leave a Reply

Your email address will not be published. Required fields are marked *